ପୁରୀ: ଶରୀର ସୁସ୍ଥ ରଖିବା ସହ ପରିବେଶ ସୁରକ୍ଷା ଓ ସଚେତନତା ନେଇ ସାଇକେଲ ରାଲି । ଦେଶର ପ୍ରତ୍ୟେକ ନାଗରିକ ଦୈନିକ ସାଇକେଲ ଚଳାଇବା ଅଭ୍ୟାସ ଜାରି ରଖିବାକୁ ଆହ୍ବାନ ଦେଇ ହୋଇଛି ସାଇକେଲ ରାଲି ଆୟୋଜନ । ଏହାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ପୁରୀରେ ସାଇକେଲଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଅଥଲେଟ ଅନୁରାଧା ବିଶ୍ବାଳ, ସୁନାମଧନ୍ୟ ମହିଳା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଯୋଗ ଦେଇ ଯୁବପିଢିଙ୍କୁ ସାଇକେଲ ଚଳାଇବା ଅଭ୍ୟାସ ରଖିବାକୁ ଆହ୍ବାନ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ