ETV Bharat / state

ପୁରୀ ପ୍ରଳୟରେ ନିପାତ ରବି ଫସଲ

ଫନି ତାଣ୍ଡବରେ ଶ୍ରୀମନ୍ଦିର ଶ୍ରୀ ମଧ୍ୟ ଖିନଭିନ ହୋଇଥିବାବେଳେ ଏଥିରୁ ବର୍ତ୍ତି ପାରିନି ପୁରୀ ଡେଲାଙ୍ଗ ବ୍ଲକର ଚାଷୀଙ୍କ କ୍ଷେତ ।

author img

By

Published : May 6, 2019, 7:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ପୁରୀ

ପୁରୀ: ଫନି ତାଣ୍ଡବରେ ସବୁକିଛି ଛାରଖାର ହୋଇଛି । ତୁହାକୁ ତୁହା ବର୍ଷା ଓ ସାଂଘାତିକ ବେଗରେ ମାଡି ଆସୁଥିବା ପବନ ପୁରୀରେ ରଚିଥିଲା ପ୍ରଳୟ । ଏଥିରୁ କୋଟିକୋଟି ଓଡିଆଙ୍କ ଆରାଧ୍ୟ ଦେବତାଙ୍କ ଶ୍ରୀମନ୍ଦିର ଶ୍ରୀ ମଧ୍ୟ ଖିନଭିନ ହୋଇଥିବାବେଳେ ବର୍ତ୍ତି ପାରିନି ପୁରୀ ଡେଲାଙ୍ଗ ବ୍ଲକର କୃଷିକ୍ଷେତ । ବଡ ବଡ ଗଛ, ଇଲେଟ୍ରି ଖୁଣ୍ଟ ଧରାଶାୟୀ ହୋଇଥିବାବେଳେ ଉଜୁଡି ଯାଇଛି ଚାଷୀଙ୍କ ରବି ଫସଲ । ସବୁକିଛି ହରାଇ ଏବେ ହତାଶ ହୋଇଥିବା ଚାଷୀକୁ ଘାରିଛି ଚିନ୍ତା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ପୁରୀ

ମହାବାତ୍ୟା ଫନି ସବୁକିଛି ନଷ୍ଟ କରିଦେଇ ଚାଲିଯାଇଛି । ଆଉ ଫନି ଚାଲିଗଲା ପରେ ଛାଡି ଯାଇଛି ଧ୍ୱଂସ ବିଧଂସ ଚିତ୍ର । କେଉଁଠି ଫସଲ ପାଣିରେ ତ ଆଉ କେଉଁଠି ଅମଳ ଫସଲରେ ପାଣି ଲାଗି ଗଜା ହୋଇଯାଇଛି । ରବି ଫସଲ କରି କିଛି ଲାଭ ପାଇବାକୁ ଆଶା ରଖିଥିବା ଚାଷୀ ଏବେ ହତାଶ ହୋଇଛନ୍ତି । ଫନି ମାଡରେ ଅମଳ ଫସଲରେ ମଧ୍ୟ ଫିମ୍ପି ଲାଗିଯାଇଛି । ଆଉ ସେଥିରୁ ଯେତିକି ବର୍ତି ଯାଇଛି, ତାକୁ ଖରାରେ ଶୁଖାଉଛନ୍ତି ଚାଷୀ । ମୁଗ ଓ ବିରି ଭଳି ବାଦାମ ଫସଲ ମଧ୍ୟ ଫନି ପ୍ରଭାବରେ ଜଳାର୍ଣ୍ଣବ ହୋଇଛି ।

ପୁରୀରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.