ଭୁବନେଶ୍ବର: ସୋମବାର ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ 5 ଟାରେ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।
ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ଉଦଘାଟନ ପୂର୍ବରୁ ଆରମ୍ଭ ହୋଇଯାଇଛି କ୍ରେଡିଟ ପଲିଟିକ୍ସ । ରାଜ୍ୟ ସରକାର ଶ୍ରେୟ ନେବା ଲାଗି କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିନଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି କହିଛି ଯେ, ଶ୍ରେୟ ରାଜନୀତି କରିବାକୁ ବିଜେଡି ପସନ୍ଦ କରେନି ।
ନବୀନ ବାବୁ ଶ୍ରେୟ ନେବାକୁ ତତ୍ପର ନୁହଁନ୍ତି । ଲୋକଙ୍କ କଥା ଓ ଖୁସି, ଆମର ଶ୍ରେୟ । ରାଜ୍ୟର ଅଭିବୃଦ୍ଧି ବିଜେଡିର ପ୍ରାପ୍ୟ । ରାଜ୍ୟରେ ଆଗରୁ ମେଡିକାଲ କଲେଜ ସ୍ଥାପନା ହୋଇଥିଲେ, ଡାକ୍ତର ସମସ୍ୟା ନଥାନ୍ତା । 2023 ପୂର୍ବରୁ 80 ପ୍ରତିଶତ ଡାକ୍ତର ପଦ ପୂରଣ କରିବାକୁ ସରକାର ଟାର୍ଗେଟ ରଖିଛନ୍ତି । ବର୍ଷ 2025/26 ବେଳକୁ ଶତ ପ୍ରତିଶତ ଡାକ୍ତର ପଦ ପୂରଣ କରିବାକୁ ଯୋଜନା କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ