ETV Bharat / state

Rath Yatra: ଦର୍ପଦଳନ ରଥ ବ୍ରେକ ଚକର ଅଖରେ ଫାଟ

ଦେବୀ ଶୁଭଦ୍ରାଙ୍କ ରଥର ବ୍ରେକ ଚକ ଅଖରେ ଫାଟ ପରେ ରଥ ନିର୍ମାଣ ବୈଷୟିକ କମିଟି ସ୍ଥିତି ଅନୁଧ୍ୟାନ କରିଛି । ୟୁ କ୍ଲାମ୍ପ ଲଗାଯାଇ ଏହି ଅଖକୁ ସୁରକ୍ଷିତ ରଖାଯିବାକୁ ନିଆଯାଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ

author img

By

Published : Jun 17, 2023, 7:11 PM IST

Etv Bharat
Etv Bharat
ଦର୍ପଦଳନ ରଥ ବ୍ରେକ ଚକର ଅଖରେ ଫାଟ

ପୁରୀ: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ଦର୍ପଦଳନ ରଥ ବା ଦେବୀ ଶୁଭଦ୍ରାଙ୍କ ରଥ ବ୍ରେକ ଚକର ଅଖରେ ଫାଟ ସୃଷ୍ଟି ହୋଇଛି । ତେବେ ରଥ ନିର୍ମାଣ ବୈଷୟିକ କମିଟି ସ୍ଥିତି ଅନୁଧ୍ୟାନ କରିଛି । ଯାଞ୍ଚ ପରେ ଅଖ ଠିକ ଥିବା ରିପୋର୍ଟ ଦେଇଛି ଟିମ । ସୁରକ୍ଷା ପାଇଁ ଲୁହା କ୍ଲାମ୍ପର ବ୍ୟାବସ୍ଥା କରାଯାଇଥିବା ବେଳେ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ।

ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଏହି କ୍ଳାମ୍ପର ସ୍ଥାୟିତ୍ବ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ରଥ ଯାତ୍ରାରେ ବଡ ଦାଣ୍ଡ ବିଶାଳ ରଥ ଚାଲିବା ବେଳେ ରଥ ଅନେକ ମୋଡ ନେଇଥାଏ । ସେହିପରି ଅନେକ ଥର ବ୍ରେକ ମଧ୍ୟ ଦିଆଯାଏ। ଯଦି ରଥ ଚାଲିଲା ବେଳେ କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ବରିଷ୍ଠ ସେବାୟତ ପ୍ରଶ୍ନ କରିଛନ୍ତି । ଏଣୁ ସୁରକ୍ଷା ଦୃଷ୍ଟିରୁ ରଥ ନିର୍ମାଣ ବୈଷୟିକ କମିଟି, ବରିଷ୍ଠ ଇଞ୍ଜିନିୟର, ରଥ ମହାରଣାମାନେ ତୁରନ୍ତ ସ୍ଥିତି ଅନୁଧ୍ୟାନ କରି ଏହାର ପ୍ରତିକାର କରିବାକୁ ଦାବି ହୋଇଛି। ଦରକାର ପଡିଲେ ନୂଆ ଅଖ ଲଗାଯିବାକୁ ମଧ୍ୟ ଦାବି ହୋଇଛି ।

ସେପଟେ ରଥ ମହାରଣା ବାଳକୃଷ୍ଣ ମହାରଣା କହିଛନ୍ତି, "ଦେବୀ ରଥର ପଡି ନାହାକା ଅଖରେ ଏହି ଫାଟ ଦେଖାଦେଇଛି । ଯାହାକି ସାନ ଉଛୁଳା ଚକର ଅଖ ତଥା ରଥ ବ୍ରେକ ଚକ ଅଖରେ ଏହି ଫାଟ ରହିଛି । ଯାହାକୁ ଲୁହା କ୍ଲାମ୍ପ ଦିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ରଥ ଯାତାୟତରେ କୌଣସି ସମସ୍ୟା ହେବ ନାହିଁ । ରଥ ନିର୍ମାଣ ବେଳେ ଅନେକ ସ୍ଥାନରେ ଫାଟ ଥାଏ । ଏହାକୁ ଲୁହା କ୍ଲାମ୍ପ ଦିଆଯାଇ ପ୍ରତିକାର କରାଯାଏ ।"

ଏହା ବି ପଢନ୍ତୁ- RathaKhala Halchal: ଶେଷ ପର୍ଯ୍ୟାୟରେ ନିର୍ମାଣ କାର୍ଯ୍ୟ, ୩ ରଥରେ ଲାଗିଲା ହଂସପଟା

ଦେବୀ ରଥର ମୁଖ୍ୟ ମହାରଣା ନାରାୟଣ ମହାରଣା କହିଛନ୍ତି, "ଅଖରେ ଯେଉଁ ଫାଟ ରହିଛି । ତାହା ରଥ ଯିବା ଆସିବାରେ କୌଣସି ଅସୁବିଧା ହେବ ନାହିଁ । ଲୁହା କ୍ଲାମ୍ପ ଲାଗିବା ପରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ତେବେ ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ ଏକ ନୂଆ ଅଖ କଟାଯାଇ ରଖାଯାଇଛି । ଦରକାର ପଡିଲେ ଏହା ଲଗାଯିବ ।" ଅଖରେ ଫାଟ ପରେ ରଥ ନିର୍ମାଣ ବୈଷୟିକ କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ମହାରଣାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ତେବେ ସ୍ଥିତି ଦେଖିବା ପରେ ନିଷ୍ପତ୍ତି ହୋଇଛି ଅଖ ବଦଳା ଯିବନାହିଁ । ୟୁ କ୍ଲାମ୍ପ ଲଗାଯାଇ ଏହି ଅଖକୁ ସୁରକ୍ଷିତ ରଖାଯିବ । ରଥ ନିର୍ମାଣ ଦାୟିତ୍ବରେ ଥିବା ବରିଷ୍ଠ ଯନ୍ତ୍ରୀ ଅଜିତ ମହାପାତ୍ର କହିଛନ୍ତି ଦେବୀ ରଥର ପଡି ନାହାକା ଅଖରେ କ୍ଲେମ୍ପ ଦେଲା ପରେ କୌଣସି ସମସ୍ୟା ନାହିଁ । ଅଖ ବଦଳା ଯିବାର ଆବଶ୍ୟକ ନାହିଁ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.