ETV Bharat / state

ସେବାୟତଙ୍କ କୋଭିଡ ଟେଷ୍ଟ ଓ ଟୀକାକରଣ ଆରମ୍ଭ - puri sevayat

ଆଜି(ଶୁକ୍ରବାର)ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି। ଏହା ପୂର୍ବରୁ ସେବାୟତଙ୍କ ୫ମ ପର୍ଯ୍ୟାୟ ଟେଷ୍ଟ ହୋଇଥିବାବେଳେ ଆଜିଠାରୁ ଷଷ୍ଠ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ସେବାୟତଙ୍କ କୋଭିଡ ଟେଷ୍ଟ
ସେବାୟତଙ୍କ କୋଭିଡ ଟେଷ୍ଟ
author img

By

Published : Apr 9, 2021, 2:59 PM IST

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ମୁତାବକ, ଆଜି(ଶୁକ୍ରବାର)ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି। ଏହା ପୂର୍ବରୁ ସେବାୟତଙ୍କ ୫ମ ପର୍ଯ୍ୟାୟ ଟେଷ୍ଟ ହୋଇଥିବାବେଳେ ଆଜି ଠାରୁ ଷଷ୍ଠ ପର୍ଯ୍ୟାୟ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି।

ସ୍ଥାନୀୟ ଉତ୍କଳ ହିନ୍ଦୀ ଵିଦ୍ୟାପୀଠ ପରିସରରେ ହେଉଥିବା ଏହି କୋଭିଡ ଟେଷ୍ଟରେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଉଛି। ତେବେ ସକାଳ ୮ ଟାରୁ ୧୨ ଓ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ କୋଭିଡ ପରୀକ୍ଷଣ କରାଯିବ।

ଶୁକ୍ରବାର କୋଭିଡ ପରୀକ୍ଷା ବେଳେ ଜଣେ ଶ୍ରୀମନ୍ଦିର କର୍ମଚାରୀ କୋଭିଡ ପଜେଟିଭ ଥିବା ଜଣାପଡିବା ପରେ ସେହି ଅଞ୍ଚଳକୁ ସାନିଟାଇଜ କରାଯାଇଛି। ସେହିପରି ଶ୍ରୀମନ୍ଦିରକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସମସ୍ତ ସେବାୟତଙ୍କ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏଥିରେ ସମସ୍ତ ସେବାୟତ ପରିବାର ସାମିଲ ହୋଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.