ନିମାପଡା: ନିମାପଡାରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର । ମୃତକ ଦ୍ବୟ ହେଲେ ଟୁନା ମହାନ୍ତି ଓ ତାଙ୍କ ପତ୍ନୀ । ଉଭୟଙ୍କ ଘର ନିମାପଡାର ରେଞ୍ଚ ଗାଁରେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଉଭୟ ଗତ 4 ଦିନ ତଳୁ ନିଖୋଜ ଥିଲେ । ରବିବାର ଏକ ବନ୍ଦ ଘରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ବେକରେ ରଶି ଲାଗିଥିବା ବେଳେ ମୃତଦେହ ଆଣ୍ଠେଇକି ରହିଥିବା ଦେଖିବାକୁ ମିଳିଛି । ତେବେ ମହିଳାଙ୍କ ପରିଚୟ ମିଳି ପାରିନାହିଁ । କାରଣ ଟୁନା ମହାନ୍ତି 2ଟି ବିବାହ କରିଛନ୍ତି । ମହିଳା ଜଣକ ତାଙ୍କର ପ୍ରଥମ କିମ୍ବା ଦ୍ବିତୀୟ ପତ୍ନୀ ତାହା ଜଣାପଡି ନାହିଁ । ପୋଷ୍ଟ ମଟର୍ମ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ