ETV Bharat / state

ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୋରୋନା ସଚେତନତା ବାର୍ତ୍ତା - ଲକଡାଉନ ପ୍ରକ୍ରିୟା

କୋରୋନା ନେଇ ସତର୍କତା ଓ ସଚେତନତା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ପୁରୀର ସ୍ବୟଂ ସହାୟକ ଗୋଷ୍ଠୀ । ଅଧିକ ପଢନ୍ତୁ...

ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୋରୋନା ସଚେତନା ବାର୍ତ୍ତା

author img

By

Published : May 19, 2021, 7:22 AM IST

ପୁରୀ: କୋରୋନା ନେଇ ସତର୍କତା ଓ ସଚେତନା ପାଇଁ ରାଜ୍ୟ ସରକାର ପୁନଃ ଲକଡାଉନ ଘୋଷଣା କରିଛନ୍ତି। ଅତି ଜରୁରୀ ନ ହେଲେ କୌଣସି ବ୍ୟକ୍ତି ଘରୁ ନବାହାରିବାକୁ ସରକାର ବାରମ୍ବାର ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ନମାନିଲେ କୋରୋନା ବ୍ୟାପିବା ସହ ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି କହୁଛନ୍ତି। ତେବେ ପୁରୀ ଜିଲ୍ଲା ଡେଲାଙ୍ଗ ହରିରାଜପୁର ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲକଡାଉନ ସମୟରେ ଘରଘର ବୁଲି ପରିବା ବିକ୍ରି କରିବା ସହିତ କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଥିବାର ନଜର ଆସୁଛନ୍ତି।

ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୋରୋନା ସଚେତନା ବାର୍ତ୍ତା

ପୁରୀ ଜିଲ୍ଲା ମିଶନ ଶକ୍ତି ମହାସଂଘର ସଭାନେତ୍ରୀ ବାସନ୍ତି ସାହୁଙ୍କ ନେତୁତ୍ଵରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସୁଲଭ ଦରରେ ଘରେ ଘରେ ପରିବା ବିକ୍ରି କରିବା ସହିତ କୋରୋନା ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି ।

ବିଶେଷକରି ଜିଲ୍ଲାରେ କୋରୋନା ଅ।କ୍ରାନ୍ତଙ୍କ ସଂଖ୍ୟା ଦୈନଦିନ ଵୃଦ୍ଧି ପାଉଥିବା ବେଳେ ସରକାରଙ୍କ କଟକଣା ମାନି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ମିଶନ ଶକ୍ତିର ଏଭଳି ଉଦ୍ୟମ ଲକଡାଉନ ସମୟରେ ସାଧାରଣ ଲୋକଙ୍କୁ ସହଯୋଗ କରୁଛି ବୋଲି ଗ୍ରାମବାସୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.