ETV Bharat / state

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରକୃତ ଦାୟକକୁ ନେଇ ବିବାଦ, ଥାନାରେ ଏତଲା

author img

By

Published : Mar 6, 2023, 2:18 PM IST

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରକୃତ ଦାୟକକୁ ନେଇ ବିବାଦ । ଥାନାରେ ଏତଲା ଦେଲେ ନିଜକୁ ଦାୟଦ କହୁଥିବା ବ୍ୟକ୍ତି । ଅଧିକ ପଢନ୍ତୁ

controversy arises for Pandit Gopabandhu Dass successor

ଗୋପବନ୍ଧୁ ଦାସଙ୍କ ପ୍ରକୃତ ଦାୟକକୁ ନେଇ ବିବାଦ

ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରକୃତ ଦାୟଦକୁ ନେଇ ବିବାଦ । ଥାନାରେ ଏତଲା ଦେଲେ ନିଜକୁ ଦାୟଦ କହୁଥିବା ବ୍ୟକ୍ତି । ପୁରୀ ସତ୍ୟବାଦୀ ଥାନାରେ କାଳୀ ପ୍ରସନ୍ନ ମିଶ୍ର ଏତଲା ଦେଇଛନ୍ତି ।

ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପାରିବାରର ପ୍ରକୃତ ଦାୟଦ ତଥା ବଂଶଧରକୁ ନେଇ ବିବାଦ ଦେଖା ଦେଇଛି । ସରକାର ଗତ 23 ତାରିଖରେ ସୁଆଣ୍ଡୋ ପ୍ରକଳ୍ପ ଉଦଘାଟନ ଅବସରରେ ଗୋପବନ୍ଧୁଙ୍କ ଦାୟଦ ଧୀରେନ୍ଦ୍ର ନାଥ ଦାଶଙ୍କୁ ସମ୍ମାନିତ କରିବା ପ୍ରସଙ୍ଗକୁ ନେଇ ଆପତ୍ତି ଉଠାଇଛନ୍ତି ଗୋପବନ୍ଧୁଙ୍କୁ ଅଣନାତି ବୋଲି ଦାବି କରୁଥିବା କାଳୀ ପ୍ରସନ୍ନ ମିଶ୍ର । ଗତ 23 ତାରିଖରେ ଗୋପବନ୍ଧୁଙ୍କ ନାତୁଣୀ ବୋହୂ ଲୀଳାବତୀ ମିଶ୍ରଙ୍କୁ ପୋଲିସ୍ ଓ ଧୀରେନ୍ଦ୍ର ନାଥ ଦାଶ ଅପମାନିତ କରି ତଡ଼ି ଦେବା ଘଟଣାରେ ପୁରୀ ସତ୍ୟବାଦୀ ଥାନାରେ କାଳୀ ପ୍ରସନ୍ନ ମିଶ୍ର ଏତଲା ଦେଇଛନ୍ତି।

ସେ ଅଭିଯୋଗ କରି କହିଛନ୍ତି, "ଧୀରେନ୍ଦ୍ର ନାଥ ଦାଶ ଗୋପବନ୍ଧୁଙ୍କ ପ୍ରକୃତ ଦାୟଦ ନୁହନ୍ତି । ସେ ଜାଲିଆତି କରି ଏହି ମାନ୍ୟତା ପାଇଛନ୍ତି। ସେ ସ୍ଥାନୀୟ ତହସିଲ ଅଫିସର କିଛି କର୍ମଚାରୀଙ୍କ ମିଶି ଧୀରେନ୍ଦ୍ର ନାଥ ଦାଶ ଜାଲ ଡକ୍ୟୁମେଣ୍ଟ କରି ସରକାରଙ୍କ ସମସ୍ତ ସୁବିଧା ହାତେଇଛନ୍ତି । କିନ୍ତୁ ଧୀରେନ୍ଦ୍ର ନାଥ ଦାଶ ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ ନୁହଁନ୍ତି । ବିଭିନ୍ନ କାରଣକୁ ନେଇ ଗୋପବନ୍ଧୁଙ୍କ ପରିବାର ଲୋକେ ଗାଁ ଛାଡି ବାହାରେ ବିଭିନ୍ନ ସ୍ଥାନରେ ରହିଛନ୍ତି । ଗୋପବନ୍ଧୁଙ୍କ ନାତି ହେଉଛନ୍ତି ପିତବାସ ମିଶ୍ର । ତାଙ୍କ୍ ପତ୍ନୀ ହେଇଛନ୍ତି ଲୀଳାବତୀ ମିଶ୍ର । ମୁଖ୍ୟମନ୍ତ୍ରୀ ଯେତେବେଳେ ସୁଆଣ୍ଡୋ ପ୍ରକଳ୍ପ ଉଦଘାଟନ କରିବେ ବୋଲି ଜାଣିଲେ ଲୀଳାବତୀ ସୁଆଣ୍ଡୋ ବୁଲିବାକୁ ଆସିଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ ପୋଲିସ୍ ସଭାସ୍ଥଳକୁ ଛାଡି ନଥିଲେ। ଏପରିକି ଧୀରେନ୍ଦ୍ର ନାଥ ଦାଶ ଓ ତାଙ୍କର କିଛି ଲୋକ ଲୀଳାବତୀଙ୍କୁ ଏଠାକୁ ନ ଆସିବାକୁ ଧମକ ମଧ୍ୟ ଦେଇଥିଲେ ।"

ଏହା ମଧ୍ୟ ପଢନ୍ତୁ: ନୂଆରୂପରେ ଝଲସିଲା ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋ, ଉଜ୍ଜୀବିତ ହେଲା ଅତୀତର ମହାନ ଗାଥା

ତେବେ ଗୋପବନ୍ଧୁଙ୍କ ପ୍ରକୃତ ପରିବାର ଲୋକ ଲୀଳାବତୀ ହୋଇ ଥିଲେ ମଧ୍ଯ କେହି ଗୁରୁତ୍ଵ ନଦେବା ଅତି ଦୁଃଖଦ ଘଟଣା ବୋଲି କାଳୀ ପ୍ରସନ୍ନ ମିଶ୍ର ଅଭିଯୋଗ କରି କହିଛନ୍ତି । ତେବେ ପ୍ରକୃତ ପରିବାର ଲୋକେ ଗୋପବନ୍ଧୁଙ୍କ ସମସ୍ତ ସମ୍ପତ୍ତି ପରିତ୍ୟାଗ କରି କେବଳ ସମ୍ମାନ ଟିକେ ପାଇବା ଆଶା ରଖିଥିବା ବେଳେ ସ୍ଥାନୀୟ ପ୍ରଶାସନ ଅବହେଳା କରିବା ଅତି ଦୁର୍ଭାଗ୍ୟଜନକ ବୋଲି ଗୋପବନ୍ଧୁଙ୍କ ଅଣନାତି ବୋଲି ଦାବି କରୁଥିବା କାଳୀ ପ୍ରସନ୍ନ ମୀଶ୍ର କହିଛନ୍ତି । ତେବେ ଉତ୍କଳମଣିଙ୍କ ପ୍ରକୃତ ଦାୟଦ କିଏ, ସେନେଇ ସରକାର ତଦନ୍ତ କରି ଓଡ଼ିଶାବାସୀଙ୍କୁ ଅବଗତ କରିବା ପାଇଁ ଦାବି କରିଛନ୍ତି କାଳୀ ପ୍ରସନ୍ନ ମିଶ୍ର ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.