ପୁରୀ: ମାର୍ଚ୍ଚ ଏକ ତାରିଖରୁ 60 ବର୍ଷରୁ ଅଧିକ ତଥା ବରିଷ୍ଠ ନାଗରିକଙ୍କୁ କୋଭିଡ ଟିକା ପ୍ରଦାନ କରାଯାଉଛି । ପୁରୀରେ ମଧ୍ୟ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ କୋଭିଡ ଟିକା ପ୍ରଦାନ କରାଯାଉଛି । ସରକାରୀ ହସ୍ପିଟାଲରେ ମାଗଣା କୋଭିଡ ଟିକା ଦିଆଯାଉଛି । ସେହିପରି ଘରୋଇ ହସ୍ପିଟାଲରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ 250 ଟଙ୍କାରେ କୋଭିଡ ଟୀକା ପ୍ରଦାନ କରାଯାଉଛି ।
ଆଜି ତୃତୀୟ ଦିନରେ ଅନେକ ବରିଷ୍ଠ ନାଗରିକ ଆସି କୋଭିଡ ଟିକା ନେଇଛନ୍ତି । ତେବେ ପୂର୍ବରୁ ଅନେକ ଗୁଜବ ଯୋଗୁଁ କୋଭିଡ ଟିକା ନେବାରେ ବରିଷ୍ଠ ନାଗରିକ ଭୟ କରୁଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଅପିଲ ଏବଂ ନିଜେ କୋଭିଡ ଟିକା ନେବା ପରେ ଧୀରେ ଧୀରେ ସଚେତନତା ବୃଦ୍ଧି ପାଇବାରେ ଲାଗିଛି । ତେବେ ପୁରୀ ଇ 24 ନାମକ ଏକମାତ୍ର ଘରୋଇ ହସ୍ପିଟାଲରେ କୋଭିଡ ଟିକା ପ୍ରଦାନ କରାଯାଉଛି । ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ ପରେ ପ୍ରଶାସନ ଅନୁମତି ଦେଇଛି କୋଭିଡ ଟିକା ପ୍ରଦାନ ପାଇଁ । ଗାଇଡ଼ ଲାଇନ ଅନୁଯାୟୀ ପ୍ରଥମେ ପଞ୍ଜିକରଣ ପରେ ଟିକା ପ୍ରଦାନ କରାଯାଉଛି । ଟିକା ନେବା ପରେ 30 ମିନିଟ ଉକ୍ତ ସ୍ଥାନରେ ଉକ୍ତ ଵ୍ୟକ୍ତିଙ୍କୁ ରଖାଯାଉଛି । କୌଣସି ଅସୁବିଧା ନଥିଲେ ଘରକୁ ଯିବାକୁ ଅନୁମତି ଦିଆଯାଉଛି । ତେବେ କୋଭିଡ ଟୀକା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ । ଏଣୁ ସମସ୍ତ ବରିଷ୍ଠ ନାଗରିକ କୋଭିଡ ଟିକା ନେବାକୁ ଟିକା ନେଇଥିବା ଵ୍ୟକ୍ତି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ