ETV Bharat / state

ଟିକେଟ ବଣ୍ଟନକୁ ନେଇ ପୁରୀରେ ଉତ୍ତେଜନା, ପିସିସି ସଭାପତିଙ୍କ କୁଶ ପୁତ୍ତଳିକା ଦାହ - election

କଂଗ୍ରେସରେ ଟିକେଟ ବଣ୍ଟନକୁ ନେଇ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ବିଦ୍ରୋହ । ଶୁକ୍ରବାର ବିଧାୟକ ପ୍ରାର୍ଥୀ ଭାବେ ଅରୁ ପ୍ରସାଦ ମିଶ୍ରଙ୍କ ନାମ ଘୋଷଣା ହେବା ପରେ ପୁରୀ ସଦରର ଅଧିକାଂଶ ଦଳୀୟ କର୍ମୀ ଏହାକୁ ବିରୋଧ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Mar 30, 2019, 8:31 PM IST

ପୁରୀ: ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ସମସ୍ତ ଦଳରେ ଚାଲିଛି ଟିକେଟ୍‌ ବଣ୍ଟନ । ଯାହାକୁ ଟିକେଟ୍‌ ମିଳୁଛି ସେ ଦଳ ସୁପ୍ରିମୋଙ୍କ ପ୍ରଶଂସା କରୁଛି । ଆଉ ଯାହାକୁ ଟିକେଟ୍‌ ମିଳୁନି ସେ ଦଳ ବଦଳାଉଛି କିମ୍ବା ଦଳ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଛି । ତେବେ ଏହି କ୍ରମରେକଂଗ୍ରେସରେ ଟିକେଟ ବଣ୍ଟନକୁ ନେଇ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ବିଦ୍ରୋହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶୁକ୍ରବାର ବିଧାୟକ ପ୍ରାର୍ଥୀ ଭାବେ ଅରୁପ୍ରସାଦ ମିଶ୍ରଙ୍କ ନାମ ଘୋଷଣା ହେବା ପରେ ପୁରୀ ସଦରର ଅଧିକାଂଶ ଦଳୀୟ କର୍ମୀ ଏହାକୁ ବିରୋଧ କରିଥିଲେ । ଏନେଇ ସେମାନେ ପିସିସି ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଆଜି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖିବାକୁ ମିଳିଛି । ଏହାସହ ଯୁବ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ନିରଞ୍ଜନ ପଟ୍ଟନାୟକ ଅଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିବା ଅଭିଯୋଗ କରିଛନ୍ତି ସେମାନେ । ଦଳୀୟ ଟିକେଟ ତୁରନ୍ତ ପରିବର୍ତ୍ତନ ନକଲେ କଂଗ୍ରେସ ନେତୃବୃନ୍ଦଙ୍କୁ ପୁରୀରେ ପୁରାଇ ନଦେବା ସହ ସମୂହ ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.