ପୁରୀ: କଂଗ୍ରେସରେ ଝଡ। କଂଗ୍ରେସ ଟିକେଟ ପ୍ରତ୍ୟାଖାନ କରିଛନ୍ତି ପିପିଲିର ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ । ବହୁ ବିଳମ୍ଵରେ ଟିକଟ ଯୁଧିଷ୍ଠିର ସାମନ୍ତରାୟଙ୍କୁ କଂଗ୍ରେସ ଦେଇଥିବା ପ୍ରତିବାଦରେ ସେ ଚଳିତ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି।
କଂଗ୍ରେସରେ କୋଟି କୋଟି ଟଙ୍କାରେ ଟିକେଟ ବିକ୍ରି କରାଯାଉଛି ବୋଲି ଅଭିଯୋଗ ଆଣିବା ସହ କଂଗ୍ରେସ ତାଙ୍କୁ ଅସମ୍ମାନ ଓ କର୍ମୀ ମାନଙ୍କୁ ଅଣଦେଖା କରିଛି ବୋଲି ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳର ସେ ଜଣେ ଶୃଙ୍ଖଳିତ କର୍ମୀ ଥିବା ବେଳେ ସଂଗଠନ ଥିବା ସତ୍ତ୍ଵେ କଣ ପାଇଁ ଶେଷ ଦିନରେ ତାଙ୍କୁ ଟିକଟ ପ୍ରଦାନ କରାଗଲା ବୋଲି ପ୍ରଶ୍ନ କରିଛନ୍ତି?
କଂଗ୍ରେସରେ ଟିକେଟ ବିକ୍ରି ହେଉଛି ବୋଲି ଅଭିଯୋଗ କରିବା ସହିତ ସେ କଂଗ୍ରେସ ଛାଡିବେ ନାହିଁ କି କୌଣସି ଦଳକୁ ଯିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ କଂଗ୍ରେସ ଟିକେଟ ପ୍ରତ୍ୟାଖାନ କରିଛନ୍ତି। ଏସବୁ ଘଟଣା ପାଇଁ ସିଧାସଳଖ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି ଯୁଧିଷ୍ଠିର।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ