ETV Bharat / state

ପ୍ରଚାର ମୈଦାନରେ ପ୍ରସାଦ, ଚାଲିଛି ଡୋର-ଟୁ-ଡୋର କ୍ୟାମ୍ପେନ - ପ୍ରସାଦ ହରିଚନ୍ଦନ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଡୋର-ଟୁ-ଡୋର କ୍ୟମ୍ପେନ କରୁଛନ୍ତି କଂଗ୍ରେସର ହେଭିୱେଟ ପ୍ରସାଦ ହରିଚନ୍ଦନ। ଭୋଟ ବ୍ୟାଙ୍କ ବଢାଇବା ପାଇଁ ଜୋରଦାର ପ୍ରଚାରରେ ଲାଗି ପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Apr 14, 2019, 3:20 PM IST

ପୁରୀ: ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଗକୁ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ପାଇଁ ଗାଁ ଠୁ ସହର ଚାରିଆଡେ ରାଜନୀତି ଚର୍ଚ୍ଚା। ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ଲାଗି ପଡିଛନ୍ତି ହେଭିୱେଟ୍। ଡୋର-ଟୁ-ଡୋର କ୍ୟାମ୍ପେନ ସାଙ୍ଗକୁ ଭୋଟରଙ୍କ ନିକଟତର ହେବାକୁ ଚଲାଇଛନ୍ତି ଚେଷ୍ଟା।

ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ। ଯେଉଁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ହେଭିଓ୍ଵେଟ ପ୍ରସାଦ ହରିଚନ୍ଦନ, ବିଜେଡିର ଉମାକାନ୍ତ ସାମନ୍ତରାୟ ଓ ବିଜେପିର ଓମ ପ୍ରକାଶ ମିଶ୍ରଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରସାଦ ହରିଚନ୍ଦନ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ ରହିଥିବା ବେଳେ ଗତ 10 ବର୍ଷ ଧରି ସ୍ଵାଧୀନ ବିଧାୟକଙ୍କ ହାତରେ ରହିଥିଲା ଏହି ନିର୍ବାଚନ ମଣ୍ଡଳୀ । ପୁଣି ଥରେ ଏହି ନିର୍ବାଚନ ମଣ୍ଡଳୀକୁ ଦଖଲ କରିବା ପାଇଁ ଆପ୍ରାଣ ଉଦ୍ୟମ ଅ।ରମ୍ଭ କରି ଦେଇଛନ୍ତି ପ୍ରସାଦ। ବିଭିନ୍ନ ଗ୍ରାମରେ ଭୋଟ ଭିକ୍ଷା କରିବା ସହିତ ଦ୍ଵାର ଦ୍ଵାର ବୁଲି ନିଜ ସମର୍ଥକ ଯୋଗାଡ କରିବାରେ ବ୍ୟସ୍ତ ଅଛନ୍ତି । ସେପଟେ ଚଳିତ ନିର୍ବାଚନରେ ବିଜୟ ଲାଭ କଲେ ଅଞ୍ଚଳରେ ଥିବା ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ ଭଳି ସମସ୍ୟାର ସମାଧାନ କରିବା ସହିତ ବେକାରୀ ସମସ୍ୟା ଦୂର କରିବେ ବୋଲି କହିଛନ୍ତି ପ୍ରସାଦ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

gfgffg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.