ETV Bharat / state

ନାଲି, ନାରଙ୍ଗୀରେ ରଙ୍ଗାୟିତ ସ୍ମାର୍ଟ ସିଟି ଓ ଶ୍ରୀକ୍ଷେତ୍ର ଆକାଶ

ସାମୁଦ୍ରିକ ଝଡ 'ବୁଲବୁଲ' ପଶ୍ଚିମବଙ୍ଗର ସାଗରଦୀପରେ ଲ୍ୟାଣ୍ଡଫଲ କରିଛି । ହେଲେ ଓଡିଶାର ଆକାଶ ଏହାର ପ୍ରଭାବରେ କଳା ବାଦଲ ଢାଙ୍କି ହେବା ବଦଳରେନାଲି ଓ ନାରଙ୍ଗୀ ରଙ୍ଗରେ ଢାଙ୍କି ହୋଇଥିଲା ।

author img

By

Published : Nov 10, 2019, 12:08 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ/ଭୁବନେଶ୍ବର

ଭୁବନେଶ୍ବର/ପୁରୀ: ସାମୁଦ୍ରିକ ଝଡ 'ବୁଲବୁଲ' ପଶ୍ଚିମବଙ୍ଗର ସାଗରଦୀପରେ ଲ୍ୟାଣ୍ଡଫଲ କରିଛି । ସେପଟେ ଏହାର ପ୍ରଭାବରେ ଓଡିଶାର ଆକାଶ ନାଲି ରଙ୍ଗର ଚାଦରରେ ଢାଙ୍କି ହୋଇ ରଙ୍ଗୀନ ହୋଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

Colourful sky in odisha
ରଙ୍ଗୀନ ଆକାଶରେ ଆନ୍ଦୋଳିତ ଶ୍ରୀକ୍ଷେତ୍ରବାସୀ
Colourful sky in odisha
ସମୁଦ୍ର ସହ ରଙ୍ଗୀନ ଆକାଶର ଅପୂର୍ବ ରଙ୍ଗ

ଶନିବାର ସନ୍ଧ୍ୟାରେ ଓଡିଶା ବିଭିନ୍ନ ସ୍ଥାନରେ ନାଲି ରଙ୍ଗର ଆକାଶ ଦେଖିବାକୁ ମିଳିଥିଲା । ପୁରୀ, ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଏଭଳି ମନୋରମ ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ସେହିପରି ଶ୍ରୀକ୍ଷେତ୍ର ଉପରୁ ଟଳିଯାଇଛି 'ବୁଲବୁଲ'ର ବିପଦ । ହେଲେ ଆକାଶ ଗାଢ ନାରଙ୍ଗୀ ରଙ୍ଗରେ ରଙ୍ଗାୟିତ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Colourful sky in odisha
ନାଲି ରଙ୍ଗରେ ରଙ୍ଗାୟିତ ଶ୍ରୀକ୍ଷେତ୍ର
Colourful sky in odisha
ସ୍ମାର୍ଟ ସିଟି ଆକାଶର ଅପୂର୍ବ ଏରଙ୍ଗ

ହଠାତ୍ ଦେଖାଦେଇଥିବା ଏହି ନାରଙ୍ଗୀ ରଙ୍ଗର ଆକାଶ ପର୍ଯ୍ୟଟକଙ୍କୁ ରୋମାଞ୍ଚିତ କରିଥିଲା । ଶ୍ରୀମନ୍ଦିର ସମେତ ବଡ଼ ଦାଣ୍ଡ, ସମୁଦ୍ର କୂଳ ସବୁଆଡେ ଆକାଶ ନାରଙ୍ଗୀ ରଙ୍ଗ ହୋଇ ଯାଇଥିଲା । ଯାହାକି ଶ୍ରୀକ୍ଷେତ୍ର ଆକାଶକୁ କିଛି ସମୟ ଏହି ରଙ୍ଗରେ ଆଚ୍ଛାଦିତ କରି ରଖିଥିଲା । ନାରଙ୍ଗୀ ରଙ୍ଗର ଆକାଶ ଶ୍ରୀକ୍ଷେତ୍ର ଆକାଶକୁ ଆଲୋକିତ କରିଛି । ପ୍ରକୃତିର ଏହି ମନୋଲୋଭା ଦୃଶ୍ୟ ଶ୍ରୀକ୍ଷେତ୍ରବାସୀଙ୍କୁ ଆନ୍ଦୋଳିତ କରିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆକାଶେ କି ରଙ୍ଗ ଲାଗିଲା।

Body:ଆକାଶ ରଙ୍ଗୀନ ରଙ୍ଗରେ ଘୋଡେଇ ହୋଇଛି।ସାମୁଦ୍ରିକ ଝଡ ବୁଲବୁଲ ଆଜି ସୁନ୍ଦରବନ ରେ ଲ୍ୟାଣ୍ଡ ଫଲ କରିବ ଏପଟେ ଓଡ଼ିଶାରେ ଆକାଶ ନାଲି ରଙ୍ଗର ଚାଦର ଘୋଡେଇ ହେଲା ଭଳି ରଙ୍ଗୀନ ଦେଖାଯାଉଛି।ଶନିବାର ସନ୍ଧ୍ୟାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।ସତେ ଯେପରି ଏକ ନାଲି ରଙ୍ଗର ଚାଦର ଆକାଶର ଦେହରେ ଢାଙ୍କି ହୋଇଛି।ପୁରୀ,ଭୁବନେଶ୍ୱର ଏବଂ ଆଖପାଖରେ ଏଭଳି ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିତରେ ଏକ ଉନ୍ମାଦନା ସୃଷ୍ଟି ହୋଇଥିଲା।ଲୋକେ ଭ୍ରମରେ ପଡ଼ିଥିଲେ କି ଆକାଶେ ଏ ରଙ୍ଗ କେମିତି ଲାଗିଲା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.