ETV Bharat / state

ମୋ ବସ୍ ଓ କାର ମୁହାଁମୁହିଁ ଧକ୍କା, ଜଣେ ମୃତ 15 ଆହତ - ପୁରୀ କୋଣାର୍କ ରୋଡରେ ଦୁର୍ଘଟଣା

ପୁରୀ କୋଣାର୍କ ମେରାଇନ ରୋଡରେ ଏକ କାର ଓ ମୋ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ଦେଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ମୋ ବସ୍ ଓ କାର ମୁହାଁମୁହିଁ ଧକ୍କା
କାରକୁ ପିଟିଲା ମୋ ବସ୍
author img

By ETV Bharat Odisha Team

Published : Sep 18, 2023, 9:46 AM IST

Updated : Sep 18, 2023, 10:26 AM IST

ମୋ ବସ୍ ଓ କାର ମୁହାଁମୁହିଁ ଧକ୍କା

ପୁରୀ: ମୋ ବସ୍ ଓ କାର ମୁହାଁମୁହିଁ ଧକ୍କା । ପୁରୀ କୋଣାର୍କ ବାଲିଘାଇ ନିକଟରେ ସୋମବାର ସକାଳୁ ସକାଳୁ ଏକ ସଡକ ଦୁର୍ଘଟଣା ହୋଇଛି । କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 15ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୁରୀ ବାଲିଘାଇ ଛକ ନିକଟରେ ମୋ ବସ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ କାର ଚାଳକ ହେଉଛନ୍ତି ସାତଶଙ୍ଖ ଗୁଡିଆ ପୋଖରୀ ଅଞ୍ଚଳର ସତ୍ୟ ଦାସ ।

ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ଓ ବାଲିଘାଇ ଫାଣ୍ଡି ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେହିପରି ମୋ ବସଟି କାରକୁ ଧକ୍କା ଦେଇ ଗଛରେ ପିଟି ହୋଇଯାଇଥିବାରୁ ବସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ କଟର ମେସିନ୍ ସାହାଯ୍ୟରେ ବସକୁ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ।

ପୁରୀରୁ କୋଣାର୍କ ଆଡ଼କୁ ମୋ ବସ ଯାଉଥିଲା । ବିପରୀତ ଦିଗରୁ ଏକ କାର୍ ଖୁବ ଜୋରରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ମୋ ବସରେ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ମୋ ବସରେ ଥିବା ପାଖାପାଖି ୧୦ ଜଣ ଯାତ୍ରୀ ଆହତ ହୋଇ ପୁରୀ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ଏହା ବି ପଢନ୍ତୁ...ଆନ୍ଧ୍ରର ଚିତ୍ତୋରରେ ମର୍ମନ୍ତୁଦ ଦୁର୍ଘଟଣା: ଚିକିତ୍ସା ପାଇଁ ଯାଇଥିଲା ପରିବାର, ୪ଜଣ ମୃତ ୩ ଗୁରୁତର

ଏହା ବି ପଢନ୍ତୁ...Rairangpur Road accident: ବାଇକକୁ ଧକ୍କା ଦେଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ବାପ ଓ ଝିଅ

ପ୍ରକାଶ ଥାଉ କି, ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗତ ସେପ୍ଟେମ୍ବର 15 ତାରିଖରେ ଆନ୍ଧ୍ରର ଚିତ୍ତୋର ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏଥିରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗୋବିନ୍ଦପୁର ଗ୍ରାମର ଗୋଟିଏ ପରିବାରରୁ 4 ମୃତ୍ୟୁ ହୋଇଥିଲା । ଚିକିତ୍ସିତ ହୋଇ ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ ହେଲେ ବାଟରେ ଛକି ବସିଥିଲା ଯମ । ଅକାଳରେ 4ଟି ଜୀବନ ଦୀପ ଲିଭି ଯାଇଥିଲା ।

ଇଟିଭି ଭାରତ, ପୁରୀ

Last Updated : Sep 18, 2023, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.