ETV Bharat / state

ନୂଆବର୍ଷରେ ପୂରଣ ହେବ ଶ୍ରୀକ୍ଷେତ୍ରବାସୀଙ୍କ ଆଶା, ଶ୍ରୀଜଗନ୍ନାଥ ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Dec 19, 2022, 1:47 PM IST

ଶେଷ ପର୍ଯ୍ୟାୟରେ ପୁରୀ ପେଣ୍ଠକଟାରେ ଚାଲିଥିବା ନବନିର୍ମିତ ଶ୍ରୀଜଗନ୍ନାଥ ଷ୍ଟାଡିୟମର(Shree Jagannath Stadium Puri) ନିର୍ମାଣ କାର୍ଯ୍ୟ। ଶ୍ରୀକ୍ଷେତ୍ରବାସୀଙ୍କୁ ନୂଆ ବର୍ଷରେ ଷ୍ଟାଡିୟମ ଭେଟି ଦେବେ ମୁଖ୍ୟମନ୍ତ୍ରୀ । ଅଧକ ପଢନ୍ତୁ

Shri Jagannath stadium in Puri
ଶ୍ରୀଜଗନ୍ନାଥ ଷ୍ଟାଡିୟମର ଲୋକାର୍ପଣ
ଶ୍ରୀଜଗନ୍ନାଥ ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଖୁବ ଶୀଘ୍ର ପୂରଣ ହେବ ପୁରୀ ସହରବାସୀଙ୍କ ଦୀର୍ଘ ଦିନର ଆଶା । ଶେଷ ପର୍ଯ୍ୟାୟରେ ପୁରୀ ପେଣ୍ଠକଟାରେ ଚାଲିଥିବା ନବନିର୍ମିତ ଶ୍ରୀଜଗନ୍ନାଥ ଷ୍ଟାଡିୟମର(Shri Jagannath stadium in Puri) ନିର୍ମାଣ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ଶ୍ରୀକ୍ଷେତ୍ରବାସୀଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡିୟମକୁ ଲୋକାର୍ପଣ କରିବେ।

ଶ୍ରୀଜଗନ୍ନାଥ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପର୍ବ ମଧ୍ୟ ଆରମ୍ଭ ହୋଇଯାଇଛି । ପେଣ୍ଠକଟାରେ ନିର୍ମାଣ ଚାଲିଥିବା ଏହି ଅତ୍ୟାଧୁନିକ ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ସମସ୍ତ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଇଛି । କ୍ରିକେଟ ଗ୍ରାଉଣ୍ଡ ସମେତ ଫୁଟବଲ୍, ଇଣ୍ଡୋର ଗେମ୍, ସୁଇମିଂ ସମେତ ଆଥଲେଟିକ୍ ଗେମ୍ସ ପାଇଁ ଏହି ଷ୍ଟାଡିୟମରେ ବ୍ୟବସ୍ଥା ରହିଛି। ଜାତୀୟ ଓ ରାଜ୍ୟ ସ୍ତରୀୟ ଅନେକ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହେବ । ଆଗାମୀ ଦିନରେ ଏହି ଷ୍ଟାଡିୟମ ଦ୍ବାରା କ୍ରୀଡାବିତଙ୍କୁ ବେଶ ଫାଇଦା ହେବ ବୋଲି କହିଛନ୍ତି କ୍ରୀଡ଼ା ସଙ୍ଗଠକ ଓ କ୍ରୀଡ଼ାପ୍ରେମୀ ।

ଏନେଇ ପୁରୀ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କହିଛନ୍ତି,"ବହୁତ ଭଲ ଏବଂ ସୁନ୍ଦର ଷ୍ଟାଡିୟମ ନିର୍ମାଣ କରାଯାଇଛି । ୭୦ କୋଟି ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମ ନିର୍ମାଣ କରାଯାଇଛି । କେନ୍ଦ୍ରସରକାରଙ୍କର ସାଢେ ୭ କୋଟି ଏବଂ ରାଜ୍ୟ ସରକାରଙ୍କର ୭୦ କୋଟି ଟଙ୍କା ଏଥିରେ ବିନିଯୋଗ କରାଯାଇଛି । ଏହା ଭିତରେ ବହୁତ ବଡ ଇଣ୍ଡୋର ହଲ ସହ ଗ୍ୟାଲେରୀର ମଧ୍ୟ ବ୍ୟବସ୍ଥା କରାଯାଇଛି । ଖୋଖୋ, ରେସ୍‌ଲିଂ, କବାଡି ଆଦି ଖେଳ ହୋଇପାରିବ । ଏହାସହ ପିଲାମାନେ ରହିବା ପାଇଁ ହଷ୍ଟେଲର ମଧ୍ୟ ସୁବିଧା କରାଯାଇଛି ।"

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ଶ୍ରୀଜଗନ୍ନାଥ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ କରାଯାଉଛି । ଏହି ଷ୍ଟାଡିୟମରେ ଉଚ୍ଚକୋଟିର କ୍ରିକେଟ ଗ୍ରାଉଣ୍ଡ, ପାଭିଲିୟନ୍, ଇଣ୍ଡୋର ହଲ୍, ସୁଇମିଂ ପୁଲ୍, ସ୍ପୋର୍ଟ୍‌ସ୍‌ ହଷ୍ଟେଲ୍‌(କ୍ରୀଡା ଛାତ୍ରାବାସ), ପାର୍କିଂ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ପୂର୍ବରୁ ପୁରୀରେ ଏକ ଷ୍ଟାଡିୟମ ନଥିବାରୁ କ୍ରୀଡ଼ାର ବିକାଶ ହୋଇପାରୁନଥିଲା। ଅନେକ ପ୍ରତିଭାବାନ ଖେଳାଳି ଥିଲେ ମଧ୍ୟ ଉପଯୁକ୍ତ କ୍ରୀଡା ଭିତ୍ତିଭୂମି ନଥିବା, ଉପଯୁକ୍ତ ତାଲିମ ନପାଇ ଅନେକ କ୍ରୀଡାବିତ୍ ନିରାଶ ହେଉଥିଲେ। ପ୍ରତିଭା ଥାଇ ମଧ୍ୟ ଲୁକାୟିତ ଅବସ୍ଥାରେ ରହୁଥିଲେ କ୍ରୀଡାବିତ୍‌ । ତେବେ ରାଜ୍ୟ ସରକାର ଓଡିଶାରେ କ୍ରୀଡ଼ାର ବିକାଶ ପାଇଁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଥିବା ବେଳେ ଏହିକ୍ରମରେ ପୁରୀରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ କରାଯାଇଛି । ଶ୍ରୀକ୍ଷେତ୍ରକୁ ବିଶ୍ବରେ ଏକ ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରୟାସ ଜାରି ରଖିଥିବାବେଳେ ଏହାକୁ ସବୁ ମହଲରେ ସ୍ଵାଗତ କରାଯାଇଛି ।

ବହୁ ପ୍ରତିକ୍ଷିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଏବେ ବାସ୍ତବ ରୂପ ନେଇଥିବା ବେଳେ କ୍ରୀଡାବିତମାନେ ଏହି ନୂତନ ଷ୍ଟାଡିୟମର ଉଦଘାଟନ ନେଇ ବେଶ୍ ଉତ୍ସାହିତ ଅଛନ୍ତି। କ୍ରୀଡା କ୍ଷେତ୍ରରେ ଏହା ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.