ETV Bharat / state

ବ୍ଲାଷ୍ଟ କରି ଉଚ୍ଛେଦ ହେବ ଚିଲିକାର ବେଆଇନ ଚିଙ୍ଗୁଡ଼ି ଘେରି

ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସୁନାମୁହିଁ ରାଜସ୍ବ ଅଞ୍ଚଳର ଚିଲିକା ମଝିରେ ଥିବା 100 ଏକର ବିଶିଷ୍ଟ କଣ୍ଟେଇ ଜାଣକୁ ଉଚ୍ଛେଦ କରି ଚିଲିକାରେ ମିଶାଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

author img

By

Published : Sep 22, 2021, 8:31 PM IST

ବ୍ଲାଷ୍ଟ କରି ଉଚ୍ଛେଦ ହେବ ଚିଲିକାର ବେଆଇନ ଚିଙ୍ଗୁଡ଼ି ଘେରି
ବ୍ଲାଷ୍ଟ କରି ଉଚ୍ଛେଦ ହେବ ଚିଲିକାର ବେଆଇନ ଚିଙ୍ଗୁଡ଼ି ଘେରି

ବ୍ରହ୍ମଗିରି: ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସୁନାମୁହିଁ ରାଜସ୍ବ ଅଞ୍ଚଳର ଚିଲିକା ମଝିରେ ଥିବା 100 ଏକର ବିଶିଷ୍ଟ କଣ୍ଟେଇ ଜାଣକୁ ଉଚ୍ଛେଦ କରି ଚିଲିକାରେ ମିଶାଇବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ହାଇକୋର୍ଟଙ୍କ ଆଦେଶ କ୍ରମେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇଁ ଏହି 100 ଏକର ବେଆଇନ ଘେରିକୁ ଡେନାମାଇଟ ଲଗାଇ ଉଡାଇବା ପାଇଁ ସ୍ଥିର କରାଯାଇଛି ।

ଏହି କାର୍ଯ୍ୟ କରିବା ପାଇଁ ଛତିଶଗଡ଼ରୁ ଏକ ପ୍ରଶିକ୍ଷଣ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘେରିର ମାଟି ବନ୍ଧରେ 6 ଫୁଟ ଅନ୍ତରରେ ଗାତ କରାଯାଇ ପ୍ରାୟ 100ଟି ଡେନାମାଇଟ ଖଞ୍ଜାଯିବ ବୋଲି ଟିମ ସୂଚନା ଦେଇଛନ୍ତି ।

ଆଜି (ବୁଧବାର) ଦିନ ଜେସିବି ଯୋଗେ ବନ୍ଧ ସଫା କାର୍ଯ୍ୟ ଜାରି ରହିଛି । ଆସନ୍ତାକାଲି ଘେରିକୁ ବ୍ଲାଷ୍ଟ କରାଯିବ ବୋଲି ବ୍ରହ୍ମଗିରି ତହସିଲଦାର ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ତହସିଲଦାରଙ୍କ ସହିତ ଅତିରିକ୍ତ ତହସିଲଦାର, ବ୍ରହ୍ମଗିରି ଥାନା ଅଧିକାରୀ ଏବଂ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.