ETV Bharat / state

ଗାଁ ଜମିରୁ ଶିଶୁର ମୃତଦେହ ଉଦ୍ଧାର

author img

By

Published : Sep 23, 2020, 9:34 PM IST

ପୁରୀ ସଦର ବ୍ଲକ ଗୋପାଳପୁର ଭୋଇ ସାହିର ବିଲରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତଦେହର ପରିଚୟ ମିଳନଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗାଁ ଜମିରୁ ଶିଶୁର ମୃତଦେହ ଉଦ୍ଧାର
ଗାଁ ଜମିରୁ ଶିଶୁର ମୃତଦେହ ଉଦ୍ଧାର

ପୁରୀ: ଗାଁ ବିଲରୁ ଶିଶୁର ମୃତଦେହ ଉଦ୍ଧାର । ପୁରୀ ସଦର ବ୍ଲକ ଗୋପାଳପୁର ଭୋଇ ସାହିର ଏହି ଅଭାବନୀୟ ଦୃଶ୍ୟ । ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

ଗାଁ ଜମିରୁ ଶିଶୁର ମୃତଦେହ ଉଦ

ଗତ ୨-୩ ଦିନ ଏହି ଶିଶୁର ମୃତଦେହ ଗାଁ ବିଲରେ ପଡିରହିଥିଲା । ମୃତ ଶିଶୁର ବୟସ 6 ରୁ 7 ବର୍ଷ ହେବ ବୋଲି ଗାଁ ଲୋକେ ଅନୁମାନ କରୁଛନ୍ତି । ତେବେ ଶିଶୁର ପରିଚୟ ମିଳିପାରିନଥିବା ବେଳେ ମୃତଦେହ ସେଠାକୁ କିଭଳି ଆସିଲା, କିଏ ଓ କିଭଳି ପକାଇଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ମୃତ ଶିଶୁର ଅଣ୍ଟାରେ ଏକ କଳା ରଙ୍ଗର ଫିତା ମଧ୍ୟ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.