ETV Bharat / entertainment

ଘରୁ ମିଳିଲା ଅଭିନେତାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ? ବଢୁଛି ସସପେନ୍ସ - SOUTH KOREAN ACTOR DEATH

ଘରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବଢୁଛି ସସପେନ୍ସ ।

south korean actor song jae rim death
south korean actor song jae rim death (Etv Bharat)
author img

By ETV Bharat Entertainment Team

Published : Nov 13, 2024, 12:53 PM IST

ହାଇଦ୍ରାବାଦ: କେ-ଡ୍ରାମା ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ସାଉଥ କୋରିଆନ ଲୋକପ୍ରିୟ ଅଭିନେତା ସଙ୍ଗ ଜେ ରିମଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 39 ବର୍ଷ ବୟସ ହୋଇଥିଲା । ଅଭିନେତାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରାଯାଇଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବଢୁଛି ସସପେନ୍ସ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଖବର କିନ୍ତୁ ସାରା କୋରିଆନ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କୁ ଚକିତ କରିଛି । ଗତକାଲି(ନଭେମ୍ୱର 12) ତାଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଅଭିନେତାଙ୍କ ଘରୁ ମିିଳିଲା ସୁସାଇଡ୍ ନୋଟ୍

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତେବେ କୋରିଆନ ଅଭିନେତାଙ୍କ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଯାଞ୍ଚ ସମୟରେ ଅଭିନେତ୍ରୀଙ୍କ ଘରୁ ଏକ ସୁସାଇଡ୍ ନୋଟ୍ ମଧ୍ୟ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ଅନୁସନ୍ଧାନରେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କୁହାଯାଇଛି । ତାଙ୍କ ଦେହାନ୍ତରେ କୋରିଆ ଅଭିନେତାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ନାହିଁ ଏବଂ ପୋଲିସ ଏ ସମ୍ପର୍କରେ କିଛି କହିନାହିଁ । ନଭେମ୍ବର 14 ରେ ଅଭିନେତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ତେବେ ତାଙ୍କ ଦେହାନ୍ତରେ କୋରିଆନ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିବା ବେଳେ ସୋସିଆଲ ମିଡିଆ ଜରିଆରେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କୋରିଆନ ଅଭିନେତ୍ରୀ ପାର୍କ ସୋ ରିୟୁନଙ୍କ ଦେହାନ୍ତ, ଅଙ୍ଗଦାନ କରିବେ ପରିବାର ଲୋକେ

2009ରେ ଅଭିନୟରେ କରିଥିଲେ ଡେବ୍ୟୁ

2009 ରେ, ସଙ୍ଗ ଜେ ରିମ୍ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ମୁଖ୍ୟ ଭୂମିକା 2011 ରେ 'ମୁନ ଏମ୍ବ୍ରସିଂ ସନ'ରେ ଆସିଥିଲା, ଏକ ସଫଳ ଐତିହାସିକ ଡ୍ରାମା ହୋଇଥିଲା । ସେ ରାଜାଙ୍କ ବିଶ୍ୱସ୍ତ ଅଙ୍ଗରକ୍ଷୀ କିମ ଜେ ୱନ୍ ଭାବରେ ସଙ୍ଗ ଜେ ରିମ ଅଭିନୟ କରି ଲୋକଙ୍କ ମନ ଜିତିଥିଲେ । ଯାହା ପରେ ସେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ସେ ଅନେକ କୋରିଆନ ଫିଲ୍ମରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ କିପରି ହୋଇଛି ତାହା ଏବେ ସନ୍ଦେହ ଘେରରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.