ETV Bharat / state

ପଞ୍ଚୁକରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, 'ବାଙ୍କଚୂଡ଼ ବେଶ'ରେ ଦର୍ଶନ ଦେଉଛନ୍ତି ମହାବାହୁ - BANKACHUDA BESHA OF LORD JAGANNATH

ପଞ୍ଚୁକର ଦ୍ଵିତୀୟ ଦିନ । ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୂଡ଼ ବେଶ । ମାହାପ୍ରଭିଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ।

Bankachuda Besha
Bankachuda Besha (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 11:31 AM IST

ପୁରୀ: ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିନ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦୁର୍ଲ୍ଲଭ ‘ବାଙ୍କଚୁଡ଼ ବେଶ’ରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜୀଉଙ୍କୁ ଏହି ଦୁର୍ଲ୍ଲଭ ବେଶରେ ସଜ୍ଜିତ କରିଛନ୍ତି । ଆଜିର ଦିନରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।

  • ବାଙ୍କଚୁଡ଼ ବେଶ କିମ୍ବଦନ୍ତୀ:

କିମ୍ବଦନ୍ତୀ ଅନୁଯାୟୀ, ଭକ୍ତ ଅକୃର ଯେତେବେଳେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସିଥିଲେ ସେ ସମୟରେ ଶ୍ରୀକୃଷ୍ଣଙ୍କୁ ଏହି ବେଶରେ ଦର୍ଶନ କରିଥିଲେ । ତେଣୁ ଏହାର ସ୍ମୃତି ସ୍ୱରୁପ ଏହି ବେଶ ପଞ୍ଚୁକର ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି । ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନାକିଆ ଶୋଭା ପାଇଥାଏ । ଠାକୁର ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ଦକ୍ଷିଣ ଦିଗକୁ ଢଳି ରହିଥାଏ । ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ । ବାଙ୍କଚୂଡ଼ ବେଶ ଦର୍ଶନରେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।

Bankachuda Besha (ETV Bharat Odisha)
  • ଆଜି ପଞ୍ଚୁକ ଦ୍ୱିତୀୟ ଦିବସ:

ପଞ୍ଚୁକ ବ୍ରତ ପାଳନ କରିବା ପାଇଁ ଶ୍ରୀମନ୍ଦିର ସହ ପୁରୀର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କର ପ୍ରବଳ ଭିଡ଼ ଲାଗି ରହିଛି । ହବିଷ୍ୟାଳୀମାନେ ପଞ୍ଚୁକ ବ୍ରତକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ଯେଉଁମାନେ କାର୍ତ୍ତିକ ବ୍ରତ ପାଳନ କରିପାରିନାହାନ୍ତି ସେମାନେ ପଞ୍ଚୁକ ପାଳନ କରି ପୁଣ୍ୟ ଅର୍ଜନ ପାଇଁ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି । ତେଣୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ ସମାଗମ ଲାଗି ରହିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଏକାଠି ହୋଇଛନ୍ତି । ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • ଆସନ୍ତାକାଲି ‘ତ୍ରିବିକ୍ରମ ବେଶ’:

ସ୍ୱେଛାସେବୀ ଅନୁଷ୍ଠାନ ଓ‌ ପୋଲିସ ହବିଷ୍ୟାଳୀମାନଙ୍କୁ ଶ୍ରୀମନ୍ଦିର ନେବା ଆଣିବାରେ ସହଯୋଗ ମଧ୍ୟ କରୁଛନ୍ତି । ମହାପ୍ରଭୁଙ୍କ ଯେଭଳି ସମସ୍ତ ନୀତିକାନ୍ତି ସୂଚାର ରୂପେ ହୋଇପାରିବ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ତତ୍ପର ରହିଛନ୍ତି । ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁ ତ୍ରିବିକ୍ରମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେବେ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ଲକ୍ଷ୍ମୀନୃସିଂହ ବେଶ ନିତି ଅନୁଷ୍ଠିତ ହେବ ନାହିଁ । କାର୍ତ୍ତିକ ପୁର୍ଣ୍ଣମୀରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ । ତେଣୁ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି କରାଯାଇଛି ।

  • ବାଙ୍କଚୂଡ ବେଶ ଏହି ଯୁଗ ଲୀଳା ସହ ସମ୍ପର୍କିତ

ଶ୍ରୀମନ୍ଦିର ସେବାୟତ ଶରତ ମହାନ୍ତି କହିଛନ୍ତି," ପବିତ୍ର ପଞ୍ଚୁକର ଦ୍ଵିତୀୟ ଦିବସରେ ମହାପ୍ରଭୁ ଯେଉଁ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତାହାକୁ ବାଙ୍କଚୂଡ ବେଶ କୁହାଯାଏ । ଏହା ଏକ ଅପୂର୍ବ ବେଶ । ଏହି ବେଶ ଦ୍ଵାପର ଯୁଗର ପ୍ରଭୁ କୃଷ୍ଣ ବଳରାମଙ୍କ ସମ୍ପର୍କିତ ବେଶ । ଏହି ବେଶକୁ ଯେଉଁମାନେ ଦର୍ଶନ କରନ୍ତି ସେମାନେ ଅନନ୍ତ ପୁଣ୍ୟ ଅଧିକାରୀ ହୋଇଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଚୁକ ପ୍ରଥମ ଦିନ: କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ-ନାରାୟଣ ବେଶ

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ଶ୍ରୀମନ୍ଦିରରେ ପଞ୍ଚୁକ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା

ଏହା ମଧ୍ୟ ପଢ଼ନ୍ତୁ...କାର୍ତ୍ତିକ ମାସ ଶେଷ ଶନିବାର, କୋଣାର୍କ ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

  • କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ବର ବେଶ ହେବେ ମହାପ୍ରଭୁ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, "କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ରାଜ ରଜେଶ୍ଵର ବେଶ ଅନୁଷ୍ଠିତ ହେବ । କିଭଳି ଶୃଙ୍ଖଳିତ ନୀତିକନ୍ତି ହେବ ସେନେଇ ପୂର୍ବରୁ ଚୁଡାନ୍ତ ହୋଇ ସାରିଛି । ପଞ୍ଚୁକରେ କିଭଳି ଶୃଙ୍ଖଳିତ ନୀତିକାନ୍ତି ହୋଇ ପାରିବ, ସେବାୟତଙ୍କ ଭିତରେ ବାଦବିବାଦ ନହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ନଜର ରଖିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମରିଚିକୋଟ ଛକରୁ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି । ଆଶା କରିଛୁ ଭକ୍ତମାନେ ଭଲରେ ଦର୍ଶନ କରିବା ସହ ଭଲରେ ମହାପ୍ରସାଦ ସେବନ କରିପାରିବେ ।’’

ପାଢୀ ଆହୁରି ମଧ୍ୟ କହିଛନ୍ତି, ‘‘ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ଼ରେ ଫ୍ୟାନର ବ୍ୟବସ୍ଥା, ପାନୀୟ ଜଳ, ଭକ୍ତଙ୍କ ଉପରୁ ଗରମ ସମୟରେ ଜଳ ସିଞ୍ଚନ ବ୍ୟବସ୍ଥା ସହିତ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ହେଇଛି । କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ନୂଆ ପରିଚାଳନା କମିଟି ଗଠନ ପରେ ଏହାର ଅନୁମୋଦନ କରାଯିବ । ଏହାର ରୂପରେଖ ପ୍ରସ୍ତୁତି ସରିଛି । ନୂଆ ପରିଚାଳନା କମିଟି ଆସିବା ପରେ ନୂଆ ଦର୍ଶନ ବ୍ୟବସ୍ଥାକୁ ଅନୁମୋଦନ କରିବା ପରେ ଆମେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆଗେଇବୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.