ETV Bharat / health

ଇମ୍ୟୁନିଟି ଦୁର୍ବଳ ଥିଲେ ଦେଖାଯାଏ ଏସବୁ ସଙ୍କେତ... - IMMUNE SYSTEM PROBLEMS

ରୋଗ ପ୍ରତିରୋଧକ ଶକ୍ତି କମିଲେ ବା ଇମ୍ୟୁନିଟି ଦୁର୍ବଳ ଥିଲେ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ଜାଣନ୍ତୁ ସେସବୁ କ'ଣ ?

ଇମ୍ୟୁନିଟି ଦୁର୍ବଳ ଥିଲେ ଦେଖାଯାଏ ଏସବୁ ସଙ୍କେତ
ଇମ୍ୟୁନିଟି ଦୁର୍ବଳ ଥିଲେ ଦେଖାଯାଏ ଏସବୁ ସଙ୍କେତ (ETV Bharat)
author img

By ETV Bharat Health Team

Published : Nov 13, 2024, 12:10 PM IST

ସମସ୍ତେ ଅଳ୍ପ ବହୁତେ ଜାଣନ୍ତି ରୋଗ ପ୍ରତିରୋଧକ ପ୍ରଣାଳୀ (ଇମ୍ୟୁନ ସିଷ୍ଟମ) ଶରୀର ପାଇଁ କେତେ ଗୁରୁତ୍ବପୂର୍ଣ୍ଣ । ଏହା ଆମ ଶରୀରକୁ ବିଭିନ୍ନ ମାରାତ୍ମକ ରୋଗ, ସଂକ୍ରମଣରୁ ରକ୍ଷା କରିଥାଏ । ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି କମିଲେ ଆମେ ରୋଗରେ ପଡିଥାଉ । ଏଥିପାଇଁ ସମସ୍ତେ ନିଜର ଇମ୍ୟୁନିଟି ମଜଭୁତ କରିବା ଅତି ଜରୁରୀ । ଇମ୍ୟୁନ ସିଷ୍ଟମ ଦୁର୍ବଳ ହେଲେ କିମ୍ବା ଏଥିରେ କିଛି ଗଡବଡ ଥିଲେ ଶରୀରକୁ କେତେକ ସଙ୍କେତ ଦେଇଥାଏ । ଯଦି ଏହି ସଙ୍କେତକୁ ବୁଝି ଠିକ୍ ସମୟରେ ସମସ୍ୟା ଦୂର କରିବାକୁ ଚେଷ୍ଟା କରନ୍ତି ତେବେ ଭବିଷ୍ୟତରେ ଅନେକ ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ ।

କ'ଣ କୁହନ୍ତି ଡାକ୍ତର ?

ନୂଆଦିଲ୍ଲୀ ସ୍ଥିତ ଲାଇଫ ହସ୍ପିଟାଲର ଡାକ୍ତର ଅଶ୍ରୀ କ୍ୟୁରେସି କହିଛନ୍ତି, ଶରୀରକୁ ସୁସ୍ଥ ରଖିବାରେ ଇମ୍ୟୁନ ସିଷ୍ଟମ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଭାଇରସ, ବ୍ୟାକ୍ଟେରିଆ ଓ ଅନ୍ୟ ହାନିକାରକ ପଦାର୍ଥ ପ୍ରଭାବରୁ ଆମ ଶରୀରକୁ ସୁରକ୍ଷା ଦେଇଥାଏ । ଯଦି କୌଣସି କାରଣରୁ ଇମ୍ୟୁନ ସିଷ୍ଟମ ଦୁର୍ବଳ ହୁଏ, ତାହେଲେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗ, ସଂକ୍ରମଣ ଗ୍ରାସ କରିଥାଏ ଯାହାକି ଆମର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ ।

ଦୁର୍ବଳ ଇମ୍ୟୁନ ସିଷ୍ଟମ ଲକ୍ଷଣ:

ବାରମ୍ବାର ଥଣ୍ଡା-ଜ୍ବର ହେବା: ବାରମ୍ବାର ଥଣ୍ଡା ଜ୍ବର ହେବା, ନାକରୁ ପାଣି ବୋହିବା ଦୁର୍ବଳ ଇମ୍ୟୁନିଟିର ସଙ୍କେତ । ଜଣେ ସୁସ୍ଥ ବ୍ୟକ୍ତିକୁ ବର୍ଷକୁ 2ରୁ 3 ଥର ଥଣ୍ଡା, ଜ୍ବର ହୋଇପାରେ । ହେଲେ ଇମ୍ୟୁନ ସିଷ୍ଟମ ଦୁର୍ବଳ ଥିଲେ ବାରମ୍ବାର ହୋଇଥାଏ ।

କ୍ଷତ କିମ୍ବା ଘା' ଶୀଘ୍ର ନ ଶୁଖିବା: ଆମ ଶରୀରରେ କ୍ଷତ କିମ୍ବା ଘା' ହେଲେ ଇମ୍ୟୁନ ସିଷ୍ଟମ ଏହାକୁ ଶୀଘ୍ର ଶୁଖାଇବାରେ କାମ କରେ । ଯଦି କ୍ଷତ ଭରିବାକୁ ଅଧିକ ସମୟ ଲାଗେ, ତାହେଲେ ଆପଣଙ୍କ ଇମ୍ୟୁନିଟି କମ୍ କିମ୍ବା ଏହା ଠିକ୍ ଭାବେ କାମ କରୁନାହିଁ ।

ବାରମ୍ବାର ସଂକ୍ରମଣ: ସୁସ୍ଥ ଇମ୍ୟୁନ ସିଷ୍ଟମ ଶରୀରକୁ ସଂକ୍ରମଣରୁ ରକ୍ଷା କରେ । ହେଲେ ବାରମ୍ବାର ସଂକ୍ରମଣ ହେଉଥିଲେ ଏହା ଦୁର୍ବଳ ଇମ୍ୟୁନିଟିର ସଙ୍କେତ । ସଂକ୍ରମଣ ବିଭିନ୍ନ ପ୍ରକାରର ଥାଏ ଯେମିତିକି- କାନ ସଂକ୍ରମଣ, ସାଇନସାଇଟିସ, ଫୁସଫୁସ ସଂକ୍ରମଣ କିମ୍ବା ୟୁରିନି (ପରିସ୍ରା) ସଂକ୍ରମଣ ଇତ୍ୟାଦି

ଥକ୍କାପଣ ଓ ଦୁର୍ବଳ ଲାଗିବା: ଇମ୍ୟୁନିଟି ଦୁର୍ବଳ ଥିଲେ ଲଗାତାର ଥକ୍କା ଓ ଦୁର୍ବଳ ଲାଗିଥାଏ । କିଛି କାମ କରିବାକୁ ଇଚ୍ଛା ହୁଏନି । ଆରାମ କରିବା ସତ୍ତ୍ବେ ଏହା ଠିକ୍ ହୋଇନଥାଏ ।

ପେଟ ସମସ୍ୟା: ଶରୀରର ପାଚନ ତନ୍ତ୍ର ଇମ୍ୟୁନ ସିଷ୍ଟମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏଥିରେ ଗଡବଡ ହେଲେ ପେଟରେ ଭଲ ବ୍ୟାକ୍ଟେରିଆ କମିଯାଏ ଓ ପେଟ ସମସ୍ୟା ଦେଖାଦିଏ । କୋଷ୍ଠକାଠିନ୍ୟ, ବଦହଜମୀ, ପେଟ ଯନ୍ତ୍ରଣା ଓ ଗ୍ୟାସ୍ ସମସ୍ୟା ହେବା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସଙ୍କେତ ଦିଏ ।

ଡାକ୍ତର କହିଛନ୍ତି, ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେଲେ ସୁସ୍ଥ ରହିପାରିବେ । ଯଦି ଉପରୋକ୍ତ ଲକ୍ଷଣମାନ ମଧ୍ୟରୁ କେଉଁଟି ଆପଣଙ୍କଠାରେ ଦେଖାଯାଉଛି ତାହେଲେ ଡେରି ନ କରି ନିଜର ଇମ୍ୟୁନିଟି ସିଷ୍ଟମ ମଜଭୁତ କରିବା ଉପରେ ଧ୍ୟାନ ଦିଅନ୍ତୁ । ଆବଶ୍ୟକସ୍ଥଳେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାବ୍ୟତୀତ ଖାଦ୍ୟପାନୀୟ, ପର୍ଯ୍ୟାପ୍ତ ନିଦ, ନିୟମିତ ବ୍ୟାୟାମ କରିବା ଦ୍ବାରା ରୋଗ ପ୍ରତିରୋଧକ ପ୍ରଣାଳୀ ମଜଭୁତ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: ଶିଶୁଙ୍କୁ ନିମୋନିଆ ଭୟ; ଜାଣନ୍ତୁ ଏହି ରୋଗର କାରଣ, ଲକ୍ଷଣ ଓ ନିରାକରଣ

ଏହା ମଧ୍ୟ ପଢନ୍ତୁ: 7 ଦିନରେ କମ୍ ହୋଇପାରିବ କି କୋଲେଷ୍ଟ୍ରଲ ? ଜାଣନ୍ତୁ କ'ଣ କହୁଛି ମେଡିକାଲ ସାଇନ୍ସ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.