ETV Bharat / state

ପୁରୀରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ - ଶ୍ରୀମନ୍ଦିର ଜମିଜମା ସମସ୍ୟା ବୈଠକ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସହରରେ ଥିବା ଶ୍ରୀମନ୍ଦିର ଓ ସରକାରୀ ଜମିଜମା ସମସ୍ୟା ସମାଧାନ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Chief Secretary Suresh Chandra Mohapatra chaired a review meeting on solution of Puri temple and government land disputes
ପୁରୀରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ
author img

By

Published : Apr 5, 2022, 9:44 PM IST

ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସହରରେ ଥିବା ଶ୍ରୀମନ୍ଦିର ଓ ସରକାରୀ ଜମିଜମା ସମସ୍ୟା ସମାଧାନ ସଂକ୍ରାନ୍ତୀୟ ସମୀକ୍ଷା ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ରାଜସ୍ବ ଉପ ପ୍ରଶାସକ ସୁବ୍ରତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଉମାବଲ୍ଲଭ ରଥଙ୍କ ଦ୍ବାରା ଆଗତ ରିଟ୍ ପିଟିସନର ଶୁଣାଣି ଉପରେ ଓଡିଶା ହାଇକୋର୍ଟ ଦେଇଥିବା ଆଦେଶର ଅନୁପାଳନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉକ୍ତ ବୈଠକରେ ଆଲୋଚନା କରାଯାଇଛି । ପୁରୀର ମଧୁର ଜଳ ଭଣ୍ତାର ଅଞ୍ଚଳରେ ବେଆଇନ ଭାବେ ଅନେକ ବେସରକାରୀ ବ୍ୟକ୍ତିଙ୍କୁ ଜମି ପ୍ରଦାନ କରାଯିବା ଦ୍ବାରା ସହରରେ ପାନୀୟ ଜଳ ଯୋଗାଣ ପ୍ରଭାବିତ ହେବା ଏବଂ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଦର୍ଶାଇ ରଥ ୧୯୯୬ ମସିହାରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ପିଟିସନ ଉପରେ ଅଦାଲତଙ୍କ ଆଦେଶର ଅନୁପାଳନ ପୂର୍ବକ ଶ୍ରୀକ୍ଷେତ୍ର କଲୋନୀ, ପିକେଆରଆଟି କଲୋନୀ ଭଳି ଅଞ୍ଚଳରେ ଖୁବଶୀଘ୍ର ସର୍ଭେକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଶ୍ରୀମନ୍ଦିର ଜମିଜମା ସଂପର୍କିତ ସମସ୍ୟା ସମାଧାନ ଲାଗି ଆଇନ ବିଭାଗର ତତ୍ତ୍ବାବଧାନରେ ଏକ ଡ୍ରାଫ୍ଟିଂ କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ଏହାଦ୍ବାରା ବିଭିନ୍ନ ମାମଲା ଗୁଡିକର ତ୍ବରିତ ସମାଧାନ ହୋଇ ପାରିବ । ସେହିଭଳି ଖାସମଲ ଅଧିନସ୍ଥ ମାମଲା ଗୁଡିକର ତ୍ବରିତ ଫଇସଲା ପାଇଁ ପରାମର୍ଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.