ETV Bharat / state

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, 11ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ - Chief Secretary at Puri

Puri Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆସନ୍ତା ୧୧ ତାରିଖ ରାତି ସୁଦ୍ଧା ପରିକ୍ରମା ମାର୍ଗର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଓବିସିସି ଓ ଟାଟା ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ...

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

author img

By ETV Bharat Odisha Team

Published : Jan 5, 2024, 10:19 PM IST

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସଚିବଙ୍କ ସହିତ ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ପ୍ରଥମେ ମଙ୍ଗଳାଘାଟ ନିକଟ ସମଙ୍ଗ ଠାରେ ନିର୍ମାଣ ହେଉଥିବା ପାର୍କିଂ, ନବନିର୍ମିତ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ନୂତନ ରାସ୍ତା ଶ୍ରୀମାର୍ଗର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଥିଲେ ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆଉ ଖୁବ୍‌ ଅଳ୍ପଦିନ ଥିବାବେଳେ ଆସନ୍ତା ୧୧ ତାରିଖ ରାତି ସୁଦ୍ଧା ପରିକ୍ରମା ମାର୍ଗର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଓବିସିସି ଓ ଟାଟା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୨ ତାରିଖରୁ ପରିକ୍ରମା ପ୍ରକଳ୍ପକୁ ନେଇ ପୂଜାବିଧି ଆରମ୍ଭ ହେବାକୁ ଥିବାରୁ ଯଥା ସମୟରେ କାର୍ଯ୍ୟ ସାରି ୧୪ ତାରିଖ ସୁଦ୍ଧା ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ପୋଲିସକୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ଆସନ୍ତା ୧୬ ତାରିଖ ସୁଦ୍ଧା ଜଗନ୍ନାଥ ବଲ୍ଲଭରୁ ଦୋଳବେଦୀ କୋଣ ଯାଏଁ ନିର୍ମାଣ ହେଉଥିବା ଶ୍ରୀମାର୍ଗର ରାସ୍ତା ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନବନିର୍ମିତ ଶ୍ରୀସେତୁ କାର୍ଯ୍ୟ ଶେଷ ହୋଇଥିବା ବେଳେ ଜଗନ୍ନାଥ ବଲ୍ଲଭ ରିସେପ୍ସନ ସେଣ୍ଟର ନିର୍ମାଣ କାର୍ଯ୍ୟ ଲୋକାର୍ପଣ ଉତ୍ସବ ପୂର୍ବରୁ ଶେଷ ହୋଇଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହାଦ୍ବାରା ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆସିବାକୁ ଥିବା ଅତିଥି ମାନେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ରିସେପ୍ସନ୍‌ ସେଣ୍ଟରକୁ ଆସିବା ପରେ ଶ୍ରୀମାର୍ଗ ଦେଇ ପରିକ୍ରମା ପ୍ରକଳ୍ପ ମାର୍ଗରେ ପହଞ୍ଚି ପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସାରା ଓଡ଼ିଶାରୁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରାଯିବ । ପ୍ରତି ପଞ୍ଚାୟତ ସ୍ତରରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଗୁଆ ଏବଂ ଅରୁଆ ଚାଉଳ ସଂଗ୍ରହ କରାଯାଇ ସ୍ବତନ୍ତ୍ର ଟିମ୍ ସାହାଯ୍ୟରେ ପୁରୀ ଅଭିମୁଖେ ଅଣାଯିବ । ଏହି ଟିମର ସଦସ୍ୟମାନେ ସମଙ୍ଗ ପାର୍କିଂ ଠାରେ ପହଞ୍ଚିବା ପରେ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ରିସେପ୍ସନ୍‌ ସେଣ୍ଟର ଠାରେ ପହଞ୍ଚିବେ । ପରେ ସେଠାରେ ହୋଇଥିବା ସ୍ବତନ୍ତ୍ର କାଉଣ୍ଟରରେ ଏହାକୁ ଅର୍ପଣ କରିବେ । ଏହି ଟିମର ସଦସ୍ୟମାନେ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପରିଦର୍ଶନ କରିବେ ।" ପଞ୍ଚାୟତିରାଜ ବିଭାଗ ଏହି କାର୍ଯ୍ୟକ୍ରମର ଦାୟିତ୍ଵ ନେଇଥିବା ବେଳେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।‌

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ଭକ୍ତ । ଏହି ପ୍ରକଳ୍ପ ଦ୍ବାରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଦ୍ବୁଗୁଣିତ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ଶୌଚାଳୟ, ଅଭ୍ୟର୍ଥନା କେନ୍ଦ୍ର, ବରିଷ୍ଠ ଏବଂ ଦିବ୍ୟାଙ୍ଗ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦ୍ବାରା ଭକ୍ତମାନେ ବେଶ ଉପକୃତ ହୋଇପାରିବେ ବୋଲି ସମସ୍ତେ ଆଶାବାଦୀ । ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଗୁଆ ଏବଂ ଅରୁଆ ଚାଉଳ ପ୍ରତି ବ୍ଲକରୁ ସଂଗ୍ରହ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସଂଗୃହିତ ଗୁଆ ଏବଂ ଅରୁଆ ଚାଉଳକୁ ଆସନ୍ତା ୧୭ ତାରିଖ ପରେ ପୁରୀ ଅଭିମୁଖେ ଅଣାଯିବ । ଏଣୁ ଓଡ଼ିଶାର ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଏବଂ ଗୁଆ ଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆହ୍ବାନ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.