ETV Bharat / state

23ରେ ସୁଆଣ୍ଡୋ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋ ଗସ୍ତ

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମଭୂମିରେ ଚାଲିଥିବା ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପ୍ରକଳ୍ପ ଶେଷ। ଆସନ୍ତା 23 ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର କରିବେ ଲୋକାର୍ପଣ। ଅଧିକ ପଢନ୍ତୁ

Suando project
Suando project
author img

By

Published : Feb 21, 2023, 10:32 PM IST

Suando project

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମଭୂମି ପୁରୀ ସାକ୍ଷୀଗୋପାଳ ର ସୁଆଣ୍ଡୋରେ ଚାଲିଥିବା ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପ୍ରକଳ୍ପ ଶେଷ ହୋଇଛି । ନୁଆ ରୂପ ପାଇଛି ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଗ୍ରାମ । ଆସନ୍ତା 23 ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋ ଗସ୍ତରେ ଆସି ସୁଆଣ୍ଡୋ ଗ୍ରାମ ପ୍ରକଳ୍ପକୁ ଲୋକାର୍ପଣ କରିବେ। 28.5 କୋଟି ଟଙ୍କା ବ୍ୟୟ କରାଯାଇ ଏହି ପ୍ରକଳ୍ପ କରାଯାଇଛି।

ତେବେ ଗୋପବନ୍ଧୁ ଦାସଙ୍କ ଘର କୁ ପୁନରୁଦ୍ଧାର କରାଯାଇ ଗୋପବନ୍ଧୁ ଙ୍କ ସମସ୍ତ ସ୍ମୃତି କୁ ସାଇତି ରଖାଯାଇଛି। ଏକ ମ୍ୟୁଜିୟମ ମଧ୍ଯ ସ୍ଥାପନ ହୋଇଛି । ମ୍ୟୁଜିୟମରେ ଗୋପବନ୍ଧୁ ଙ୍କ ଅନେକ ବ୍ୟବହୃତ ସାମଗ୍ରୀ, ବହୁ ଫଟୋ, ବହି ସଂରକ୍ଷିତ କରି ରଖାଯାଇଛି। ଗ୍ରାମ୍ୟ ମନ୍ଦିର, ପୁଷ୍କରିଣୀ, ରାସ୍ତା ର ଉନ୍ନତି କରଣ କରାଯାଇଛି । ସ୍ୱାଧୀନତା ଆନ୍ଦୋଳନ ରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଭୂମିକା , ସମାଜ ସେବା କିଭଳି ନିଜକୁ ଉତ୍ସର୍ଗ କରିଥିଲେ ସମସ୍ତ ତଥ୍ୟ, କାହାଣୀ କୁ ସ୍ଥାନ ଦିଆଯାଇଛି।

ଏଥିସହ ଆଗାମୀ ଦିନରେ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ କି ଯୁବ ପିଢ଼ି ଏହାକୁ ଦେଖିବାଙ୍କୁ ଉତ୍ସାହିତ କରିବ ଏବଂ ଦେଶ ସେବାରେ ସମସ୍ତେ କିଭଳି ନିଜର ଅବଦାନ ରହିବା ଦରକାର ତାହାର ଏକ ଅନୁଭବ ମିଳିବ ବୋଲି ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ସେପଟେ ପୁରୀ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ପଦକ୍ଷେପ କୁ ସ୍ଵାଗତ କରାଯାଇଛି। ଓଡ଼ିଶା ବରପୁତ୍ର ମାନଙ୍କ ସ୍ମୃତି କୁ ଭବିଷ୍ୟତ ପିଢ଼ି ପାଇଁ ସାଇତି ରଖିବା, ଉତ୍କଳ ର ଗୌରବଗାଥା ସଂରକ୍ଷଣ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସବୁବେଳେ ପଦକ୍ଷେପ ନେଇ ଆସୁଥିବା ବିଜେଡ଼ିର ଜୁବ ନେତା ଶୁଭାଶିଷ ଖୁଣ୍ଟିଆ କହିଛନ୍ତି।

ପ୍ରମୋଦ ଉଦ୍ୟାନ, ସଠୀ ଘର, ପୁଷ୍କରିଣୀ , ରାସ୍ତା , ଭୂତଳ ବିଦ୍ୟୁତ୍ କରଣ, ସଂଗ୍ରହାଳୟ, ସୁଚନା କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଉତ୍କଳ ମଣି ଙ୍କ ପ୍ରତିମୂର୍ତ୍ତି ଏହି ପ୍ରକଳ୍ପ ରେ ତିଆରି କରାଯାଇଛି। ଏନେଇ ଗତ 10 ତାରିଖ ରେ 5ଟି ସଚିବ ଭି କେ ପଣ୍ଡିଆନ ଶେଷ ପ୍ରସ୍ତୁତି ସମୀକ୍ଷା କରିଥିଲେ। ଉତ୍କଳ ମଣି ଗୋପ ବନ୍ଧୁ ଦାଶ ଙ୍କ ଜନ୍ମସ୍ଥଳୀ ବହୁ ଅବହେଳିତ ଅବସ୍ଥା ରେ ରହିଥିଲା। ଯାହାକୁ ନେଇ ବୁଦ୍ଧିଜୀବୀ, ସ୍ଵାଧୀନତା ସଂଗ୍ରାମୀ ମାନେ ଦୁଃଖ ପ୍ରକାଶ କରିବା ସହ ଏହାର ପୁନରୁଦ୍ଧାର ନେଇ ବାରମ୍ବାର ଦାବି କରି ଆସିଥିଲେ। ତେବେ ଶେଷରେ ରାଜ୍ୟ ସରକାର ଏହି ପ୍ରସ୍ତାବ କୁ ନେଇ ଉତ୍କଳ ମଣି ଙ୍କ ଗ୍ରାମ କୁ ପୁନରୁଦ୍ଧାର କରିଥଲେ। ଏହି ସୁଆଣ୍ଡୋ ପ୍ରକଳ୍ପ କୁ ଆସନ୍ତା 23 ତାରିଖ ରେ ମୂଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ଯାହାକୁ ସମସ୍ତେ ଏବେ ଅପେକ୍ଷା ରେ ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.