ETV Bharat / state

ସରିଲା ତିନି ଠାକୁରଙ୍କ ଛେରା ପହଁରା ନୀତି - complets

ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ ହୋଇଛି । ରଥ ଉପରେ ଗଜପତି ଦିବ୍ୟସିଂହ ଦେବ ରାଜା ବେଶରେ ଛେରା ପହଁରା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 4, 2019, 2:09 PM IST

Updated : Jul 4, 2019, 2:31 PM IST

ପୁରୀ: ସମ୍ପନ୍ନ ହେଲା ତିନି ରଥରେ ଛେରା ପହଁରା ନିତୀ । ରାଜା ବେଶରେ ରଥ ଉପରେ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି । ଏବେ ଶ୍ରୀନଅର ଅଭିମୁଖେ ଗଜପତି । ହାତୀ ଦାନ୍ତ ଓ ରୋପ୍ୟ ନିର୍ମିତ ତାମୟନରେ ବସି ଜଗନ୍ନାଥଙ୍କ ଆଦ୍ୟ ସେବକ ରଥରେ ପହଞ୍ଚି ଛେରା ପହଁରା କରଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରଥମେ ରାଜା ବଡଠାକୁରଙ୍କ ତାଳଧ୍ବଜ ପରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ମା' ସୁଭଦ୍ରାଙ୍କ ଦର୍ପଦଳନରେ ପବିତ୍ର ଜଳ ସିଞ୍ଚନ ଓ ଆଳତି କରିବା ପରେ ସୁନାର ଝାଡୁରେ ଛେରା ପହଁରା କରିଛନ୍ତି । ରାଜ୍ୟକୁ ଶସ୍ୟ ଶ୍ୟାମଳା କରିବାକୁ ବଳଭଦ୍ରଙ୍କ ଆଗରେ ହାତ ଯୋଡି ଗୁହାରୀ କରିଛନ୍ତି ଗଜପତି ।

ପୁରୀରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK 

Conclusion:
Last Updated : Jul 4, 2019, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.