ETV Bharat / state

ଶେଷ ହେଲା ରଥଯାତ୍ରା ପ୍ରସଙ୍ଗକୁ ନେଇ ଛତିଶା ନିଯୋଗ ବୈଠକ

author img

By

Published : Jun 20, 2020, 2:14 AM IST

ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। । ସୁପ୍ରିମକୋର୍ଟରେ ଦାୟର ପିଟିସନର ଶୁଣାଣି ପରେ ସ୍ପଷ୍ଠ ହେବ ବୋଲି ଗଜପତି ମହାରାଜ କହିଛନ୍ତି । ଅଧିକ ପଢନ୍ତୁ...

chatisa-nijago-meeting-puri-ratha-yatra
ଶେଷ ହେଲା ରଥଯାତ୍ରା ପ୍ରସଙ୍ଗକୁ ନେଇ ଛତିଶା ନିଯୋଗ ବୈଠକ

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ହେବାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ରଥଯାତ୍ରାକୁ ନେଇ ବୈଠକରେ ପ୍ରାୟ ସାଢେ ୩ ଘଣ୍ଟା ଧରି ଆଲୋଚନା ହୋଇଛି ।

ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ଉପରେ ମତ ପ୍ରକାଶ ପାଇଥିଲା। ମୂଳପୀଠରେ ରଥଯାତ୍ରା ବନ୍ଦ ହେବା କଥା ନୁହେଁ। ବିନାଭକ୍ତରେ ରଥଯାତ୍ରା ଲାଗି ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ହେଲେ ରାଜ୍ୟ ସରକାର ଗ୍ରହଣ କଲେନି। ଗଜପତି କହିଛନ୍ତି ଯେ ସୁପ୍ରିମକୋର୍ଟରେ ଦିଆଯାଇ ଥିବା ତଥ୍ୟ ୧୦ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମ ଆଶଙ୍କା ଠିକ୍ ନୁହେଁ।ସ୍ନାନଯାତ୍ରାରେ ଯେଭଳି ବିନା ଭକ୍ତରେ କରାଗଲା ସେଭଳି ତଥ୍ୟ ସୁପ୍ରିମକୋର୍ଟ ଙ୍କୁ ଜଣାଇ ଥିଲେ ରଥଯାତ୍ରା ପ୍ରସଙ୍ଗରେ କୋର୍ଟ ଅନୁକୂଳ ମନୋଭାବ ଦେଖାଇଥାନ୍ତେ ।ହେଲେ ରାଜ୍ୟ ସରକାରଙ୍କ ଓକିଲ ଏହି ତଥ୍ୟ ଦେଲେନି ସୁପ୍ରିମକୋର୍ଟରେ ।

ସେହିପରି ସୁପ୍ରିମକୋର୍ଟରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ ପିଟିସନ୍ ଦାୟର ହୋଇଛି। ସୋମବାର ଏ ନେଇ କଣ ନିର୍ଦ୍ଦେଶ ଆସୁଛି ଜଣାପଡ଼ିବ। ସୁପ୍ରିମକୋର୍ଟ ପୁନର୍ବିଚାର କରୁଛନ୍ତି କି ନାହିଁ। ତେବେ ଶନିବାର ଓ ରବିବାର ୨ ଦିନ ଧରି ଆମ ଭିତରେ ଆଲୋଚନା ଚାଲିବ ବୋଲି ଗଜପତି କହିଛନ୍ତି। ତେବେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରେ ପିଟିସନ୍ ପାଇଁ ଅନୁରୋଧ କରାଯିବ ବୋଲି ମହାରାଜା ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.