ETV Bharat / state

ତିନି ରଥରେ ଦଣ୍ଡା ପଡିବା କାର୍ଯ୍ୟ ଶେଷ

author img

By

Published : Jun 13, 2021, 9:28 PM IST

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି(ରବିବାର) ବର୍ଷା ଯୋଗୁଁ ପାଗ ଖରାପ ଥିବାରୁ ସକାଳ ୮ରୁ ପୂର୍ବାହ୍ନ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲି ପୂର୍ବାହ୍ନ ଠାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଅଧିକ ପଢନ୍ତୁ...

ତିନି ରଥରେ ଦଣ୍ଡା ପଡିବା କାର୍ଯ୍ୟ ଶେଷ
ତିନି ରଥରେ ଦଣ୍ଡା ପଡିବା କାର୍ଯ୍ୟ ଶେଷ

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆଜି(ରବିବାର) ବର୍ଷା ଯୋଗୁଁ ପାଗ ଖରାପ ଥିବାରୁ ସକାଳ ୮ରୁ ପୂର୍ବାହ୍ନ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲି ପୂର୍ବାହ୍ନ ଠାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ତେବେ ମଧ୍ୟାହ୍ନ ବିରତି ପରେ ପାଗ ବଦଳିବାରୁ ଅପରାହ୍ନରେ ରଥ ନିର୍ମାଣକାରୀ ସେବକମାନେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ତିନି ରଥରେ ଦଣ୍ଡା ପଡିବା କାର୍ଯ୍ୟ ଶେଷ

ଆଜି ବର୍ଷା ପୂର୍ବରୁ ତିନି ରଥରେ ଦଣ୍ଡା ପଡିଥିଲା । ପରେ ତିନି ରଥରେ ‘ଦଣ୍ଡା ଗୋଳେଇ’ ଦଣ୍ଡା ଗୁଡିକରେ ଅର୍ଦ୍ଧ ଚନ୍ଦ୍ରକାର ଖୋଦେଇ ସାରି ଦଣ୍ଡା ଏବଂ ଆଖକୁ ଦଉଡି଼ରେ ଟାଣ ଦେଇ ବାନ୍ଧିଛନ୍ତି । ଆସନ୍ତା କାଲି ଦଣ୍ଡାରେ କଣ୍ଟା ବାଡ଼ିଆ କାମ ଆରମ୍ଭ ହେବ । ତିନି ରଥର ଦୁଇଟି ଲେଖାଁଏ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଅନ୍ୟପଟେ ରୂପକାର ସେବକ ମାନେ ତିନିରଥର ନାଟଗୋଡରେ ଖୋଦେଇ କାମ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଦଣ୍ଡା କଣ୍ଟା ସାଇତା ପରେ ତିନି ରଥ ଦଣ୍ଡା ଉପରି ଭାଗ ପାଇଁ କଣ୍ଟା ନିର୍ମାଣ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.