ETV Bharat / state

ଜୋରଦାର ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ - Chariot

ରଥ ନିର୍ମାଣର ସୋମବାର ଚତୁର୍ଥ ଦିନ । ଜୋରଦାର ଚାଲିଛି ନିର୍ମାଣ କାର୍ଯ୍ୟ । ଅଖ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚି ସାରିଛି । ଅଧିକ ପଢନ୍ତୁ....

Chariot construction is in full swing in puri
ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ
author img

By

Published : May 11, 2020, 8:12 PM IST

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ସୋମବାର ଚତୁର୍ଥ ଦିନ । ରଥନିର୍ମାଣ କାର୍ଯ୍ୟକୁ ତ୍ବରାନିତ୍ବ କରିବା ପାଇଁ ଲାଗି ପଡିଛନ୍ତି ବିଶ୍ବ କର୍ମା ମହାରଣା, ଭୋଇ,ରୂପକାର ସେବକ । ବର୍ତ୍ତମାନ ସୁଧା ତିନି ୩୫ ଟି ତୁମ୍ବ ଓ ଏହାର ସୂତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ଏଥିସହ ପ୍ରତ୍ୟେକ ରଥର ଗୋଟିଏ ଲେଖାଏଁ ଅଖ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୁମ୍ବରେ ବିନ୍ଧ କାର୍ଯ୍ୟ ମଧ୍ୟ ଚାଲିଛି । ରବିବାର ରାତିରେ ଅର ନିର୍ମାଣ ପାଇଁ ମଧ୍ୟ ଆବଶ୍ୟକ କାଠ ପହଞ୍ଚି ସାରିଛି । ଅର ସାଇଜ ପରେ ଯନ୍ତା ଗାଡ଼ରେ ଭୋଇ ସେବକ ତୁମ୍ବ ସହ ଅର ସଂଯୋଗ କରିବେ । ଚଳିତ ବର୍ଷ ୧୧ ଦିନ ବିଳମ୍ବରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟ ବେଶ ତ୍ବରାନ୍ବିତ ହୋଇଛି।

ଜୋରଦାର ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ଦିନ ରାତି ଏକ କରିଦେଇଛନ୍ତି ରଥ ନିର୍ମାଣ ସହ ସମ୍ପୃକ୍ତ ସମସ୍ତ ସେବକ । ଅନ୍ୟପଟେ ଦୁଇଟି ଭକ୍ତ ନିବାସରେ ସମୁଦାୟ 180 ଜଣ ରଥ ନିର୍ମାଣରେ ସମ୍ପୃକ୍ତ ଥିବା ସେବାୟତ ମାନେ ରବିବାର ଠାରୁ ସଙ୍ଗରୋଧରେ ରହିଛନ୍ତି । ତେବେ ଭକ୍ତ ନିବାସ ରଥଖଳା ଠାରୁ ଦୂର ହୋଇଥିବାରୁ ରଥଖଳା ନିକଟରେ ଏକ ଜାଗାରେ ସମ୍ପୃକ୍ତ ସେବାୟତ ମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ଦିନରେ କରାଯାଉଛି। ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.