ETV Bharat / state

ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି, ଦମ୍ପତି ଗିରଫ

author img

By

Published : Mar 8, 2022, 9:16 PM IST

ରାଜ୍ୟର ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ପୁରୀ ପୋଲିସ । ଅଧିକ ପଢ଼ନ୍ତୁ

ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରୁଥିଲେ, ଦମ୍ପତି ଗିରଫ

ପୁରୀ: ରାଜ୍ୟର ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ନିମାପଡ଼ା ଥାନା ପାଟପୁର ଗ୍ରାମର ପ୍ରଫୁଲ୍ଲ ମିଶ୍ର ଓ ତାଙ୍କ ପତ୍ନୀ । ଚନ୍ଦନପୁର ଥାନା ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ ହେବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ କହିଛନ୍ତି ।

ଗତ ଜାନୁଆରୀ ୯ ତାରିଖ ବିଳମ୍ୱିତ ରାତିରେ ଚନ୍ଦନପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ନୃସିଂହ ମନ୍ଦିରରୁ ୭୦ କେଜିର ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତିକୁ ଚୋରି ହୋଇଥିଲା । ଏହି ଘଟଣାର କିଛି ଦିନ ପରେ ଜାନୁଆରୀ ୨୯ ତାରିଖରେ ପୁଣି ବିଳମ୍ୱିତ ରାତିରେ ଗଡମୃଗଶୀରା ଗ୍ରାମର ବଟେଶ୍ୱର ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ୪୫ କେଜିର ଅଷ୍ଟଧାତୁ ମୂର୍ତ୍ତିକୁ ଲୁଟ୍‌ ହୋଇଥିଲା ।

ଏନେଇ ଗ୍ରାମବାସୀ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଙ୍ଗଳବାର ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି । ଚନ୍ଦନପୁର ଥାନା ପୋଲିସ ଏହି ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.