ETV Bharat / state

Chakra Tirtha Temple: ପ୍ରଶାସନ ଦୃଷ୍ଟି ଆଢୁଆଳରେ ଚକ୍ରତୀର୍ଥ ମନ୍ଦିର, ଉପେକ୍ଷାକୁ ନେଇ ବଢ଼ୁଛି ଅସନ୍ତୋଷ - ଚକ୍ର ନୃସିଂହ ମନ୍ଦିର ପୁରୀ

ଚକ୍ରତୀର୍ଥ ମନ୍ଦିର ପୁନରୁଦ୍ଧାର ଦିଗରେ ପୁରୀ ଜିଲ୍ଲା ପ୍ରଶାସନର ଅବହେଳାକୁ ନେଇ ବଢ଼ୁଛି ଅସନ୍ତୋଷ । ଚକ୍ରତୀର୍ଥକୁ ଉନ୍ନତିକରଣରେ ପ୍ରଶାସନ ତୁରନ୍ତ ପଦକ୍ଷପ ନେବାକୁ ଦେବି କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

Chakra tirtha temple
Chakra tirtha temple
author img

By ETV Bharat Odisha Team

Published : Nov 11, 2023, 8:22 PM IST

Chakra tirtha temple

ପୁରୀ: ଅବହେଳିତ ଅବସ୍ଥାରେ ଶ୍ରୀକ୍ଷେତ୍ରର ଚକ୍ରତୀର୍ଥ ମନ୍ଦିର । ପୁନରୁଦ୍ଧାର ଦିଗରେ ପୁରୀ ଜିଲ୍ଲା ପ୍ରଶାସନର ଅବହେଳାକୁ ନେଇ ବଢ଼ୁଛି ଅସନ୍ତୋଷ । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ଅନ୍ୟ ବିଭିନ୍ନ ଐତିହ କୀର୍ତ୍ତିରାଜି ଗୁଡ଼ିକ ସୁରକ୍ଷା, ପୁନରୁଦ୍ଧାର ନେଇ ସରକାରଙ୍କ ଦୃଷ୍ଟି ପଡି ପାରୁନାହିଁ । ଏହାର ବଳିଷ୍ଠ ଉଦାହରଣ ହେଉଛି ଚକ୍ରତୀର୍ଥ ମନ୍ଦିର ।

ଚକ୍ରତୀର୍ଥ ମନ୍ଦିର ଥିବା ସ୍ଥାନରେ ମହାପ୍ରଭୁଙ୍କ ଦାରୁ ଆବିର୍ଭାବ ହୋଇଥଲା । ମହାପ୍ରଭୁଙ୍କ ବ୍ରହ୍ମ ଏହି ସ୍ଥାନରୁ ମିଳିଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଚକ୍ରତୀର୍ଥ ମନ୍ଦିର ଏବେ ଅବହେଳିତ । ମନ୍ଦିର କାରୁକାର୍ଯ୍ୟ ଭାଙ୍ଗି ରୁଜି ଗଲାଣି । ମନ୍ଦିର ପରିବେଶ ଅତି ଅପରିଷ୍କାର ରହିଛି । ଏଠାକୁ ଆସୁଥିବା ଭକ୍ତଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଶୌଚାଳୟ କିମ୍ବା ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ । ସେହିପରି ଆଲୋକ ବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ ନାହିଁ । ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଚକ୍ରତୀର୍ଥ ମନ୍ଦିର ଜାଗାରେ ଅନେକ ବ୍ୟକ୍ତି ବେଆଇନ ଭାବରେ ହୋଟେଲ ବ୍ୟବସାୟ କରୁଛନ୍ତି । ମନ୍ଦିରକୁ ରାସ୍ତା ଅତି ସଂକୀର୍ଣ୍ଣ ହୋଇପଡ଼ିଛି । ଏଭଳି ଏକ ପ୍ରସିଦ୍ଧ ସ୍ଥାନର ରକ୍ଷଣାବେକ୍ଷଣରେ ଅବହେଳାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ସେପଟେ ଏହି ମନ୍ଦିର ନିକଟରେ ମଧ୍ୟ ଚକ୍ର ନୃସିଂହ ମନ୍ଦିର ରହିଛି । ଯାହାକୁ ମହାଲକ୍ଷ୍ମୀଙ୍କ ପିତ୍ରାଳୟ କୁହାଯାଏ । ଚକ୍ର ନୃସିଂହ ମଧ୍ୟ ଅବହେଳିତ ଅବସ୍ଥରେ । ସେଠାରେ ମଧ୍ୟ ଭକ୍ତଙ୍କ ପାଇଁ ପାନୀୟ ଜଳ, ଶୌଚାଳୟ କିମ୍ବା ପାର୍କିଂ ବ୍ୟବସ୍ଥା ନାହିଁ । କିନ୍ତୁ ପ୍ରଶାସନ ଏହି ମନ୍ଦିରକୁ ନିଲାମ ଦେଇ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛି । ହେଲେ ଭକ୍ତଙ୍କ ସୁବିଧା ଓ ମନ୍ଦିରର ପୁନରୁଦ୍ଧାର କଥା ସରକାର ଭୁଲି ଯାଇଛନ୍ତି । ଗୋଟିଏ ପଟେ ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ମହାପ୍ରଭୁଙ୍କ ନୀତି ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ଚକ୍ରତୀର୍ଥ, ଚକ୍ର ନୃସିଂହ ମନ୍ଦିର ପ୍ରତି ଧ୍ୟାନ ନଦେବାକୁ ନେଇ ସେବାୟତ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ........କେବେ ଖୋଲିବ ଗୁଣ୍ଡିଚା ମନ୍ଦିର ? ଶ୍ରୀମନ୍ଦିର ପ୍ରଶାସନ ଅବହେଳା ନେଇ ଭକ୍ତ ମହଲରେ ଅସନ୍ତୋଷ

ସେପଟେ ପ୍ରଶାସନ ଓ ସରକାରଙ୍କ ଏଭଳି ଅବହେଳାକୁ କଡ଼ା ସମାଲୋଚନା କରିଛି ପୁରୀ ନଗର କଂଗ୍ରେସ । ମନ୍ଦିର ନିଲାମ ଦେଇ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିବା ବେଳେ ଭକ୍ତଙ୍କ ସୁବିଧା ଓ ମନ୍ଦିର ପୁନରୁଦ୍ଧାର ପ୍ରତି ଧ୍ୟାନ ନଦେବା ଘଟଣା ଅତି ଦୁଃଖ ଦାୟକ ବୋଲି ପୁରୀ ନଗର କଂଗ୍ରେସ ସଭାପତି ଅମରେନ୍ଦ୍ର ପାଇକରାୟ କହିଛନ୍ତି । ତେବେ ଚକ୍ରତୀର୍ଥକୁ ଉନ୍ନତି କରଣରେ ପ୍ରଶାସନ ପଦକ୍ଷେପ ନନେଲେ ଆଗାମୀ ଦିନରେ କଂଗ୍ରେସ ଏହାର ପ୍ରତିବାଦ କରିବ ବୋଲି ପୁରୀ ନଗର କଂଗ୍ରେସ ସଭାପତି କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.