ETV Bharat / state

ସଳଖୁଛି ଶ୍ରୀକ୍ଷେତ୍ର, ସ୍ଥିତି ସମୀକ୍ଷା କଲା କେନ୍ଦ୍ରୀୟ ଟିମ

ପୁରୀରେ କେନ୍ଦ୍ରୀୟ ଟିମ । କ୍ଷୟକ୍ଷତି ଆକଳନ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 21, 2019, 7:46 PM IST

Updated : Jun 21, 2019, 8:02 PM IST

ପୁରୀ: ମେ’ 3 ରେ ହୋଇଥିବା ସାମୁଦ୍ରିକ ଝଡବାତ୍ୟା ‘ଫନି’କୁ ଏ ମଧ୍ୟରେ ପ୍ରାୟ ଦେଢମାସ ପୁରିଲାଣି । ବାତ୍ୟାରେ ସାରା ରାଜ୍ୟ ଛାରଖାର ହୋଇଯାଇଥିବା ବେଳେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ । ଆଗକୁ ରଥଯାତ୍ରା ଥିବାରୁ ପୁରୀ ସହରକୁ ପୁଣି ଥରେ ସଜାଡିବାକୁ ତତ୍ପର ପ୍ରଶାସନ । ସେନେଇ ଆଜି ପୁଣି ସ୍ଥିତି ପରଖି ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ରୀୟ ଟିମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ପୁରୀର ପୁନଃନିର୍ମାଣ କାର୍ଯ୍ୟ କେମିତି ଚାଲିଛି ଓ କିଭଳି କେନ୍ଦ୍ରୀୟ ସହାୟତା ମିଳିବ ସେ ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଗୃହବିଭାଗ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ସଦର ବ୍ଲକ, ସତ୍ୟବାଦୀ ଆଦି ଅଞ୍ଚଳରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ଟିମ ।

ପରେ ଜିଲ୍ଲା ପ୍ରଶାସନ ସହ ଏକ ବୈଠକରେ ଏନେଇ କେନ୍ଦ୍ରୀୟ ଟିମ ଆଲୋଚନା କରିଥିଲା। ଫନି କ୍ଷତିଗ୍ରସ୍ତଙ୍କୁ ଯେଉଁ ସହାୟତା ଯୋଗାଇଦେବା କଥା ତାହା କେନ୍ଦ୍ର ସରକାର ନିଶ୍ଚିତ ଯୋଗାଇ ଦେବେ ବୋଲି ଆଶ୍ବାସନା ଦେଇଛି କେନ୍ଦ୍ରୀୟ ଟିମ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଫନି କ୍ଷୟକ୍ଷତି ଅନୁଧ୍ୟାନ ନେଇ କେନ୍ଦ୍ରୀୟ ଟିମ ପୁରୀ ରେBody:ଫନି ରେ ପୁରୀ ଜିଲ୍ଲାର ବ୍ୟପକ କ୍ଷତି ଘଟିଛି। ତେବେ ପୁନ ନିର୍ମାଣ କାର୍ଯ୍ୟ କେମିତି ଚାଲିଛି ଏବଂ ଆଉ କୀଭଳି କେନ୍ଦ୍ରୀୟ ସହାୟତା ମିଳିବ ସେ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ଗୃହ ବିଭାଗ ର ସଚିବ ବିବେକ ଭରଦ୍ୱାଜ ଙ୍କ ନେତୃତ୍ୱରେ ଏହି ଟିମ ଆସି ପୁରୀ ଜିଲ୍ଲାର ସଦର ବ୍ଲକ, ସତ୍ୟବାଦୀ ଆଦି ଅଞ୍ଚଳରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ପରେ ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକରେ ଏ ନେଇ କେନ୍ଦ୍ରୀୟ ଟିମ ଆଲୋଚନା କରିଥିଲା। ତେବେ ଫନି କ୍ଷତି ଗ୍ରସ୍ତ ଙ୍କୁ ଯାହା ସହାୟତା ଦିଆଯିବ କଥା ତାହା କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲୀ କେନ୍ଦ୍ରୀୟ ଟିମ କହିଛି।

ବାଇଟ,, ବିବେକ ଭରଦ୍ୱାଜ ,, କେନ୍ଦ୍ରୀୟ ଟିମ ପ୍ରତିନିଧିConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ବାଇଟ ଯାଇଛି।
Last Updated : Jun 21, 2019, 8:02 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.