ETV Bharat / state

ଜଗା ସହରରେ ସିସିଟିଭି ଅଚଳ - CCTV not working in puri city

'ଫନି' ମାଡ ପରେ ଶ୍ରୀକ୍ଷେତ୍ରରେ କାମ କରୁନି ସିସିଟିଭି । ଶ୍ରୀମନ୍ଦିରକୁ ଛାଡି ଦେଲେ ବାକି ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଅଚଳ ହୋଇପଡିଛି । ଫଳରେ ଦିନକୁ ଦିନ ଲୁଟତରାଜ ବଢୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜଗା ସହରରେ ସିସିଟିଭି ଅଚଳ
author img

By

Published : Nov 17, 2019, 3:09 PM IST

ପୁରୀ: ସାରା ବିଶ୍ବରେ ପର୍ଯ୍ୟଟନ ମାନଚିତ୍ରରେ ଶ୍ରୀକ୍ଷେତ୍ରର ରହିଛି ସ୍ବତନ୍ତ୍ର ସ୍ଥାନ । କାଳିଆ ସାଆନ୍ତକୁ ଟିକେ ଦର୍ଶନ କରି ସମୁଦ୍ରରେ ଟିକେ ସ୍ନାନ କରିବା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା ବେଳେ ଅସୁରକ୍ଷିତ ହୋଇପଡିଛି ପୁରୀ ସହର ।

ଜଗା ସହରରେ ସିସିଟିଭି ଅଚଳ

କାରଣ ସହରରେ କେବଳ ଶ୍ରୀମନ୍ଦିରକୁ ଛାଡି ଦେଲେ ବାକି କେଉଁ ସ୍ଥାନରେ ବି ସିସିଟିଭି କାମ କରୁନାହିଁ । ପୁରୀ ସହରର ବସଷ୍ଟାଣ୍ଡ ହେଉ କି ରେଳଷ୍ଟେସନ ଅବା ସହରର ପ୍ରବେଶ ପଥ ସିସିଟିଭି ଲାଗିଥିଲେ ଏବେ ତାହା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଯାହାର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତି ।

ସିସିଟିଭି କ୍ୟାମେରା ଅଚଳ ଯୋଗୁଁ ପୁରୀ ସହରରେ ଏକ ମାସ ଭିତରେ ଏକାଧିକ ଲୁଟ, ଛିନତାଇ ଘଟଣା ଘଟି ସାରିଲାଣି । ନିକଟରେ ବଡ଼ଶଙ୍ଖ ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ସୁନା ଚେନ, ମୁଦି ଲୁଟି ନେଇଥିଲେ କିଛି ଯୁବକ । ସେହିପରି ସଦର ଥାନା ନିକଟ ଦତ୍ତତୋଟାରେ ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଲୁଟ କରିଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ନଥିବାରୁ ଏଯାଏଁ ଲୁଟେରାଙ୍କ ଟେର୍ ପାଉନି ପୋଲିସ ।

ଅନ୍ୟପଟେ ସହରରେ ସିସିଟିଭି ଅବ୍ୟବସ୍ଥାକୁ ସ୍ବୀକାର କରିଛନ୍ତି ପୁରୀ ଏସପି ଉମାଶଙ୍କର ଦାସ । 'ଫନି' ବାତ୍ୟା ଯୋଗୁଁ ସବୁ ସିସିଟିଭି ଅଚଳ ହୋଇପଡ଼ିଥିବା ସେ କହିଛନ୍ତି । ତେବେ ଏ ବିଷୟରେ ପୋଲିସ ହେଡ କ୍ବାର୍ଟରକୁ ଜଣାଇ ଦିଆଯାଇଛି । ଖୁବ ଶୀଘ୍ର ମରାମତି ଆରମ୍ଭ ହେବ ବୋଲି ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଅସୁରକ୍ଷିତ ପୁରୀ ସହରBody:Vo1,, ଦେଶର ଅନ୍ୟତମ ପର୍ଯ୍ୟଟନ ସହର ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ। ତେବେ ପୁରୀ ସହରରେ ଏବେ ପର୍ଯ୍ୟଟକ ଅସୁରକ୍ଷିତ। କାରଣ ଶ୍ରୀମନ୍ଦିର କୁ ଛାଡି ଦେଲେ ପୁରୀ ସହରରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ଅଚଳ। ସି ବିଚ , ବସ ଷ୍ଟାଣ୍ଡ , ରେଲୱେ ଷ୍ଟେସନ , ବଡ଼ ଦାଣ୍ଡ , ସହର ର ପ୍ରମୂଖ ପ୍ରବେଶ ପଥ ସିସିଟିଭି ସମ୍ପୂର୍ଣ୍ଣ ଅଚଳ। ଫନି ବାତ୍ୟା ପରେ ଏ ସବୁ ଭାଙ୍ଗି ରୁଜି ଯାଇଛି। ଆଉ ଯାହାର ଫାଇଦା ନେଉଛନ୍ତି ଅସମାଜିକ ବ୍ୟକ୍ତି। ଦିନ ଦ୍ଵି ପ୍ରହର ରେ ଘଟୁଛି ଲୂଟ , ଛିନ ତାଇ। ତେବେ ସିସିଟିଭି କ୍ୟାମେରା ବ୍ୟବସ୍ଥା ପୁରୀ ସହରରେ ସମ୍ପୂର୍ଣ୍ଣ ଅଚଳ ହୋଇ ପଡି ଥିବାରୁ ଅପରାଧୀ ଙ୍କୁ ଧରି ପାରୁ ନାହିଁ ପୋଲିସ। ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକ ଙ୍କ ସୁରକ୍ଷା ପାଇଁ ତୁରନ୍ତ ସିସିଟିଭି ବ୍ୟବସ୍ତା କାର୍ଯ୍ୟ କାରୀ କରିବାକୁ ପୁରୀ ବାସିନ୍ଦା ଦାବି କରିଛନ୍ତି।

ବାଇଟ1,, ଅନୀଲ କୁମାର ସାହୁ ,, ପୁରୀ ବାସିନ୍ଦା।

Vo2,, ସିସିଟିଭି କ୍ୟାମେରା ଅଚଳ ଯୋଗୁ ପୁରୀ ସହର ଏକ ମାସ ଭିତରେ ଏକାଧିକ ଲୂଟ, ଛିନତାଇ ଘଟଣା ଘଟି ସାରିଲାଣି। ନିକଟରେ ବଡ଼ ଦାଣ୍ଡ ର ବଡ଼ ଶଙ୍ଖ ଠାରେ ଜଣେ ବ୍ୟକ୍ତି ଙ୍କ ଠାରୁ ସୁନା ଚେନ, ମୁଦି ଲୁଟି ନେଇ ଥିଲେ କିଛି ଯୁବକ। ସେହିପରି ସଦର ଥାନା ନିକଟ ଦତ୍ତତୋଟା ରେ ରାସ୍ତାରେ ଯାଉଥିବା ବେଳେ ମହିଳା ଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଲୂଟ କରିଥିଲେ ଦୁର୍ବୁତ୍ତ। ଯାହାର ଟେର ପାଇ ପାରୁ ନାହିଁ ପୋଲିସ।

ବାଇଟ2,, ରାଜ କୁମାର ମହାନ୍ତି , ବୁଦ୍ଧିଜୀବି

Vo3,, ଅନ୍ୟପଟେ ପୁରୀ ସହରରେ ସିସିଟିଭି ଅବ୍ୟବସ୍ଥା କୁ ସ୍ୱୀକାର କରିଛନ୍ତି ପୁରୀ ଏସପି ଉମାସଙ୍କର ଦାସ । ଫନି ବାତ୍ୟା ଯୋଗୁ ସବୁ ସିସିଟିଭି ଅଚଳ ହୋଇ ପଡ଼ିଥିବା ସେ କହିଛନ୍ତି। ତେବେ ଏ ବିଷୟରେ ପୋଲିସ ହେଡ କ୍ୱାର୍ଟର କୁ ଜଣାଇ ଦିଆଯାଇଛି । ଖୁବ ଶୀଘ୍ର ମରାମତି ଆରମ୍ଭ ହେବ ବୋଲୀ ପୁରୀ ଏସପି କହିଛନ୍ତି। ତେବେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯାଇ ସୁରକ୍ଷା ବ୍ୟବସ୍ଥା କୁ ନଜର ରଖାଯାଇ ଥିବା ପୁରୀ ଏସପି କହିଛନ୍ତି।

ବାଇଟ3,, ଉମାସଙ୍କର ଦାସ ,, ପୁରୀ ଏସପି

Fvo,, ପୁରୀ ସହର ରେ ଅପରାଧୀ ଙ୍କୁ ରୋକ ଲଗାଇବା ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ 2 ସହର ରୁ ଅଧିକ ସିସିଟିଭି କ୍ୟାମେରା ଲାଗିଥିଲା । ତେବେ ସେଥି ମଧ୍ୟରୁ 150 ଟି ସିସିଟିଭି କ୍ୟାମେରା ଏବେ ଅଚଳ ଅବସ୍ଥାରେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.