ETV Bharat / state

ମହାପ୍ରଭୁଙ୍କ ଘୋଷଯାତ୍ରା, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ - ମହାପ୍ରଭୁଙ୍କ ଘୋଷଯାତ୍ରା

ଆସନ୍ତା ଜୁଲାଇ 12 ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଦୃତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ଘୋଷଯାତ୍ରା, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

author img

By

Published : Jun 25, 2021, 10:08 PM IST

ପୁରୀ: ଆସନ୍ତା ଜୁଲାଇ 12 ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରାରେ ଅନୁଷ୍ଠିତ ହେବାକୁ ଯାଉଛି । ଦେବସ୍ନାନ ପରେ 3 ଠାକୁର ବର୍ତ୍ତମାନ ଅଣସର ଘରେ ରହିଛନ୍ତି । ଏହାରି ମଧ୍ୟରେ ଦୃତ ଗତିରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ ।

ମହାପ୍ରଭୁଙ୍କ ଘୋଷଯାତ୍ରା, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ତିନି ରଥର ତୃତୀୟ ଭୁଇଁ ଉପରେ ବଡଧରା ପୋଟଳ ଉଠିଚି । ତିନିରଥର ଦ୍ବିତୀୟ, ତୃତୀୟ ପରସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥି ସହ ତିନିରଥର ଭୁଇଁ ଗୁଡିକର ପାଖୁଡ଼ାରେ ନାହାକା ସେଟିଙ୍ଗ ହୋଇଛି । ସେହିପରି ତିନିରଥର ଚାରି ନାହାକା ଏବଂ ପ୍ରଥମ ଭୁଇଁରେ କଇଁଚି ଫିଟିଙ୍ଗ ହୋଇଛି । ଏହି କଇଁଚି ଚାରି ନାହାକା ଭିତର ଦୁଇ ପାର୍ଶ୍ଵର ଚାରି ନାହାକା ମୂଳରୁ ଗରଗରା ସହିତ କ୍ରସ ପରି ଫିଟିଙ୍ଗ କରାଯାଇଛି । ସେହିପରି ତିନିରଥର ପ୍ରଥମ ଭୁଇଁ ଚାରି କାଠର ଉଭୟ ପାର୍ଶ୍ବରେ କଇଁଚି ଫିଟିଙ୍ଗ ହୋଇଛି । ତିନିରଥ ବେଦିର ତିନି ପାର୍ଶ୍ବରେ ତାଗ ବା ବଟନ ଵାଡ଼ିଆ ଶେଷ ହୋଇଛି।

ତିନି ପାର୍ଶ୍ବ ତାଗରେ ପାରୁସ ପଟା ଵାଡ଼ିଆ କାର୍ଯ୍ୟ ହେଉଛି । ଏଥିସହ ତିନି ରଥର ଜଏଣ୍ଟ ସ୍ଥାନଗୁଡିକରେ ଯଥା ଦଣ୍ଡା ସହ କୋଣ ଗୁଜରେ ଲୁହ ଏଲ ପ୍ଲେଟ ଫିଟିଙ୍ଗ ହେବାସହ ଆବଶ୍ୟକ ଅର ଗୁଡିକରେ ଲୁହା କ୍ଲାମ୍ପ ଫିଟିଙ୍ଗ ହୋଇ ଦଣ୍ଡା, ଜଳଯନ୍ତ୍ର, ନିରାଡ଼ି ଗୁଡିକରେ ଦଣ୍ଡା ମୁହାଁଟ ସହ ଲୁହା ଏଲ ପ୍ଲେଟ ଏବଂ ନାଟ ବୋଲଟ ଫିଟିଙ୍ଗ ହୋଇଛି । ଏଥିସହ ତିନି ରଥର ୪ ଗୋଟି ଲେଖାଁଏ ଧ୍ବଜ ବତା ନିର୍ମାଣ ଶେଷ ହୋଇଛି । ଏହା ଦୁଆର ବେଢା ସେଟିଙ୍ଗ ପାଇଁ ଦ୍ବିତୀୟ ଭୁଇଁ ଶେଣୀରେ ଫିଟିଙ୍ଗ କରାଯିବ । ତିନିରଥର 'କଳସ ପେଣ୍ଡି' ନିର୍ମାଣ ଶେଷ ହୋଇଛି।

ଉକ୍ତ କଳସ ପେଣ୍ଡି ଉପର ଭାଗ ଏବଂ ତଳ ଭାଗରେ ପାଖୁଡା ଲାଗିବା ପାଇଁ ସେଥିରେ ୧୬ଟି ଲେଖାଁଏ ୩୨ ଗୋଟି ବିନ୍ଧ ଖୋଦେଇ ହେବ । ତିନି ରଥର ରୂପକାର ସେବକ ଦୁଇଗୋଟି ସିଂହାସନରେ କୁମ୍ଭ ଡାଳି ଲତା ଖୋଦେଇ ଶେଷ କରି ନନ୍ଦିଘୋଷ ରଥର ସିଂହାସନରେ କୁମ୍ଭ ଡାଳି ଲତା ଖୋଦେଇ କାମ ଚାଲୁ ରହିଛି । ଏଥି ସହ ଶେଷ ଦୁଇଟି ଲେଖାଁଏ ନାଟଗୋଡରେ ରୂପ ଖୋଦେଇ କାମ ଜାରି ରଖିଛନ୍ତି । ତିନି ରଥର ଦୁଆର ବେଢାରେ ଫିଟିଙ୍ଗ ହେବା ପାଇଁ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ରହିଛି ।

ଏଥିସହ ୧୬ଟି ଲେଖାଁଏ ପାରାଭାଡ଼ି କବାଟି ନିର୍ମାଣ ଶେଷ ହୋଇଛି । ଚିତ୍ରକର ସେବକ ମାନେ ତିନି ରଥର ପାର୍ଶ୍ବ ଦେବାଦେବୀ ମୂର୍ତ୍ତିଗୁଡିକୁ ଧୋଇ ସଫା କାର୍ଯ୍ୟ ଆରମ୍ଭ କରିଛନ୍ତି । ସଫାସୁତୁରା ପରେ ରଙ୍ଗ କାର୍ଯ୍ୟ ଆରମ୍ଭ ହେବ । ଦୋଳବେଦୀସ୍ଥ କମାର ଶାଳରେ ଓଝା ସେବକ ମାନେ ସ୍ପୋକ କ୍ଳାମ୍ପ, ଏକ୍ସିଲ କ୍ଲାମ୍ପ, ଚାନ୍ଦି, ଏବଂ ପୋଟଳ କଣ୍ଟା ନିର୍ମାଣ କରୁଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.