ETV Bharat / state

ମନ ମୋହିଲା ପୁରୀର ସାହି ରଥଯାତ୍ରା

ଶ୍ରୀକ୍ଷେତ୍ର ପୁରୀ ଆଜି ଉତ୍ସବ ମୁଖର । ପରମ୍ପରା ଅନୁସାରେ ବିଭିନ୍ନ ସାହିର ଛୋଟ ପିଲା ମାନେ କୁନି କୁନି ରଥ କରି ବଡ଼ଦାଣ୍ଡ ଅଭିମୁଖେ ଯାଇଥିଲେ ।

author img

By

Published : Jul 4, 2019, 6:50 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ଆଜି ଉତ୍ସବ ମୁଖର। ମହାପ୍ରଭୁଙ୍କ ଘୋଷଯାତ୍ରାରେ ସମଗ୍ର ବିଶ୍ବ ଆଜି ମହାବାହୁଙ୍କୁ ବଡଦାଣ୍ଡରେ ଦେଖୁଛି । କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ଜନ୍ମ ବେଦି ଗୁଣ୍ଡିଚା ମନ୍ଦିର ଯାଇଛନ୍ତି । ତେବେ କେଵଳ ବଡ଼ ଦାଣ୍ଡ ନୁହେଁ ଶ୍ରୀକ୍ଷେତ୍ର ପୁରୀ ସହରର ଗଳିକନ୍ଦିରେ ଆଜି ରଥଯାତ୍ରା ପାଳନ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପରମ୍ପରା ଅନୁସାରେ ବିଭିନ୍ନ ସାହିର ଛୋଟ ପିଲା ମାନେ କୁନି କୁନି ରଥ କରି ବଡ଼ଦାଣ୍ଡ ଅଭିମୁଖେ ଯାଇଥିଲେ । ଘଣ୍ଟ ବଜାଇ , ଜୟ ଜଗନ୍ନାଥ ଡାକି ରଥ ଟାଣି ଥିଲେ । ଅନେକ ଭକ୍ତ ମଧ୍ୟ ଏହି କୁନି ରଥରେ ବିରାଜମାନ ହୋଇଥିବା ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦ ଲାଭ କରିଥିଲେ।

ଆଜି ଶ୍ରୀକ୍ଷେତ୍ର ଯେମିତି ରଥମୟ ହୋଇଯାଇଥିଲା । ଯେଉଁ ଗଳିକନ୍ଦି ଦେଖିଲେ ମହାପ୍ରଭୁ କୁନି କୁନି ରଥରେ ବଡ଼ ଦାଣ୍ଡ ଆଭିମୁଖେ ବାହାରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ଏହି ସବୁ ଦୃଶ୍ୟ ଦେଖି ଭାବବିହ୍ଵଳ ହୋଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସାହିରେ ରଥଯାତ୍ରା

Body:ଶ୍ରୀକ୍ଷେତ୍ର ପୁରୀ ଉତ୍ସବ ମୁଖର। ମହାପ୍ରଭୁଙ୍କ ର ଆଜି ଘୋଷ ଯାତ୍ରା। ଶ୍ରୀଜଗନ୍ନାଥ ଭାଇ ଭଉଣି ଙ୍କୁ ନେଇ ଜନ୍ମ ବେଦି ଗୁଣ୍ଡିଚା ମନ୍ଦିର ଯାଇଛନ୍ତି। ତେବେ କେଵଳ ବଡ଼ ଦାଣ୍ଡ କାହିଁକି ଶ୍ରୀକ୍ଷେତ୍ର ପୁରୀ ସହର ର ଗଳି କନ୍ଧି ରେ ଆଜି ରଥଯାତ୍ରା ପାଳନ ହୋଇଛି। ପରମ୍ପରା ଅନୁସାରେ ବିଭିନ୍ନ ସାହିର ଛୋଟ ପିଲା ମାନେ କୁନି କୁନି ରଥ କରି ବଡ଼ ଦାଣ୍ଡ ଅଭିମୁଖେ ଯାଇଥିଲେ। ଘଣ୍ଟ ବଜାଇ , ଜୟ ଜଗନ୍ନାଥ ଡାକି ରଥ ଟାଣି ଥିଲେ। ଅନେକ ଭକ୍ତ ମଧ୍ୟ ଏହି କୁନି ରଥରେ ବିରାଜମାନ ହୋଇ ଥିବା ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦ ଲାଭ କରିଥିଲେ। ଆଜି ଶ୍ରୀକ୍ଷେତ୍ର ଯେମିତି ରଥ ମୟ ହୋଇ ଯାଇ ଥିଲା । ଯେଉଁ ଗଳି କନ୍ଧି ଦେଖିଲେ ମହାପ୍ରଭୁ କୁନି କୁନି ରଥରେ ବଡ଼ ଦାଣ୍ଡ ଆଭିମୁଖେ ବାହାରିଥିଲେ। ଯାହାକି ଶ୍ରୀକ୍ଷେତ୍ର କୁ ଅଧ୍ୟତ୍ମିକମୟ କରିଦେଇ ଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ଏହି ସବୁ ଦୃଶ୍ୟ ଦେଖି ଭାବବିହ୍ଵଳ ହୋଇଯାଇ ଥିଲେ।

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.