ETV Bharat / state

କରୋନାରୁ ରକ୍ଷା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କଂଗ୍ରେସର ଦୀପ ଦାନ - covid-19

ପୁରୀ ଜିଲ୍ଲାରେ 7 ହଜାର ଅତିକ୍ରମ କରିଛି କୋରୋନା ପଜିଟିଭ ସଂଖ୍ୟା । ଗତ ଅଗଷ୍ଟ ମାସରୁ ଜିଲ୍ଲାରେ କୋଭିଡ ସଂକ୍ରମଣର ହାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି ।

କରୋନାରୁ ରକ୍ଷା ପାଇଁ ନଗର ଜଗନ୍ନାଥଙ୍କ ପାଖେ କଂଗ୍ରେସର ଦୀପ ଦାନ

author img

By

Published : Sep 18, 2020, 6:52 AM IST

ପୁରୀ: ଜିଲ୍ଲାରେ 7 ହଜାର ଅତିକ୍ରମ କରିଛି କୋରୋନା ପଜିଟିଭ ସଂଖ୍ୟା । ଗତ ଅଗଷ୍ଟ ମାସରୁ ଜିଲ୍ଲାରେ କୋଭିଡ ସଂକ୍ରମଣର ହାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି । ଶ୍ରୀମନ୍ଦିର ସେବାୟତଙ୍କ ଠାରୁ ଆରମ୍ଭ କରି ପୁରୀ ବାସିନ୍ଦା ଧୀରେ ଧୀରେ ଅଦୃଶ୍ୟ ଭାଇରସ ସଂକ୍ରମଣର ଶିକାର ହେବାରେ ଲାଗିଛନ୍ତି।

କରୋନାରୁ ରକ୍ଷା ପାଇଁ ନଗର ଜଗନ୍ନାଥଙ୍କ ପାଖେ କଂଗ୍ରେସର ଦୀପ ଦାନ

ଜନସାଧାରଣଙ୍କ ସୁରକ୍ଷା ନେଇ ପୁରୀ ନଗର କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ସିଂହ ଦ୍ୱାର ସାମ୍ନାରେ ମହାପ୍ରଭୁଙ୍କ ନିକଟରେ ଦୀପଦାନ କାର୍ଯ୍ୟକ୍ରମ ହୋଇଛି । ସାରା ବିଶ୍ୱବାସୀ କୋରୋନା ଆତଙ୍କରେ ଭୟଭୀତ ଥିବା ବେଳେ ଏଥିରୁ ଉଦ୍ଧାର ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ରଙ୍କ ନେତୃତ୍ୱରେ ପୁରୀ ନଗର କଂଗ୍ରେସର କର୍ମକର୍ତା ଉପସ୍ଥିତ ରହି ଏହି ଦୀପ ଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.