ପୁରୀ: ଆଉ ଦିନ କେଇଟା ପରେ ହେବ ପୌର ନିର୍ବାଚନ । ଏଥିପାଇଁ ଚଳଚଞ୍ଚଳ କୋଣାର୍କ NAC । ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ଅଧକ୍ଷ ପ୍ରାର୍ଥୀ ଓ କାଉନ୍ସିଲର ପ୍ରାର୍ଥୀ ନିଜର ହାତରେ ବହୁତ କମ ସମୟ ରହିଥିବାରୁ ଆରମ୍ଭ କରି ଦେଇଛନ୍ତି ନିଜର ପ୍ରଚାର । ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଜନସାଧାରଣଙ୍କୁ ପ୍ରତିଶୃତି ଦେଇ ଭୋଟ ହାତେଇବାକୁ ଚେଷ୍ଟା ଆରମ୍ଭ କରିଛି ଦଳ ।
ଆବାସ ଯୋଜନାରୁ ବଂଚିତ, ଦୀର୍ଘ ଦିନର ଜମିଜମା ସମସ୍ୟା , NACରେ ରାସ୍ତା ଘାଟ ସମସ୍ୟା, ପାନୀୟ ଜଳ, ବିଦ୍ୟୁତ, ମେଡିକାଲରେ ଡାକ୍ତର ଅଭାବ ନାରା ଦେଇ ପ୍ରଚାରକୁ ଜୋରଦାର କରୁଛନ୍ତି ୩ ଦଳ। କଂଗ୍ରେସ କୋଣାର୍କ ଏନଏସି ପୂର୍ବରୁ ନିଜର ଦବଦବା ରଖିଥିବା ହେତୁ ଚଳିତ ପୌର ନିର୍ବାଚନ ସଫଳତା ନେଇ ବେଶ ଆଶାବାଦୀ ରହିଛି ।
ସେପଟେ ବିଜେପି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାକୁ ଲୋକଙ୍କ ନିକଟରେ ସଠିକ ଭାବେ ପହଞ୍ଚାଇବା,ଶାସକ ବିଜେଡିର ବିଭିନ୍ନ ଯୋଜନା ବ୍ୟାପକ ଦୁର୍ନୀତି ମୁଦ୍ଦାକରି ଭୋଟରଙ୍କ ସମର୍ଥନ ଆଶା ରଖିଛି । ଏପଟେ ବିଜେଡି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା,ସ୍ୱଚ୍ଛ ଭାବ ମୂର୍ତ୍ତି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ପାଥେୟ କରି ଚଳିତ ପୌର ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ ବୋଲି ଆଶା ରଖିଛି ।
କୋଣାର୍କରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ