ETV Bharat / state

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦଘାତ, କଣ୍ଡକ୍ଟର ପାଇଁ ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ

author img

By

Published : Apr 4, 2022, 5:23 PM IST

ଗୋପ-ଚାରିଛକ ରାସ୍ତାର ଗୋପ ବଜାର ନିକଟରେ ଯାତ୍ରୀବାହୀ ବସରେ ଅଭାବନୀୟ ଘଟଣା । ଚଳନ୍ତା ବସ ଷ୍ଟିୟରିଂ ଉପରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିିଥିବା ବେଳେ କଣ୍ଡକ୍ଟରଙ୍କ ଉପସ୍ଥିତ ବୁଦ୍ଧି ପାଇଁ 49ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ଅଧିକ ପଢନ୍ତୁ

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ: କଣ୍ଡକ୍ଟର ପାଇଁ ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ

ପୁରୀ: ଗୋପ-ଚାରିଛକ ରାସ୍ତାର ଗୋପ ବଜାର ନିକଟରେ ଯାତ୍ରୀବାହୀ ବସରେ ଅଭାବନୀୟ ଘଟଣା । ଚଳନ୍ତା ବସ ଷ୍ଟିୟରିଂ ଉପରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିିଥିବା ବେଳେ କଣ୍ଡକ୍ଟରଙ୍କ ଉପସ୍ଥିତ ବୁଦ୍ଧି ପାଇଁ 49ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ଯାତ୍ରୀବାହୀ ବସଟି କଟକ ଅଭିମୁଖେ ଯାଉଥିବା ସମୟରେ ବସ୍ ଡ୍ରାଇଭର ସୁଦର୍ଶନ ସାହୁଙ୍କ ହଠାତ ହୃଦଘାତ ହେବାରୁ ସେ ଟଳି ପଡିଥିଲେ । ଗାଡି ଚାଲିଥିବା ବେଳେ କଣ୍ଡକ୍ଟରଙ୍କ ନଜର ପଡିଯିବାରୁ ଯାତ୍ରୀଙ୍କ ସାହାଯ୍ୟରେ ଡ୍ରାଇଭର ସୁଦର୍ଶନ ସାହୁଙ୍କୁ ସିଟରୁ ବାହାର କରି ଗାଡିଟିକୁ ଛିଡା କରିଥିଲେ ।

ଯାତ୍ରୀବାହୀ ବସଟି କଟକ ଅଭିମୁଖେ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି । ପରେ ଡ୍ରାଇଭରଙ୍କୁ ଗୋପ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର, ଡ୍ରାଇଭରର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଯାତ୍ରୀ ଓ କଣ୍ଡକ୍ଟରଙ୍କ କହିବା କଥା ଆମେ ଗପସପ କରି ଆସୁଥିଲୁ । ଗୋପ ବଜାରରେ ଡ୍ରାଇଭର ଚା’ ପିଇବା ପରେ ଗାଡି ବାହାରିବାର ଦୁଇଶହ ମିଟର ଯିବାପରେ ଏଭଳି ଘଟଣା ଘଟିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.