ବ୍ରହ୍ମଗିରି : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ବ୍ରହ୍ମଗିରି ଥାନା ଅନ୍ତର୍ଗତ ବିଜିପୁର ଗାଁରୁ ଅବକାରୀ ବିଭାଗ ଚଢ଼ାଉ କରି 150 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏହାସହ ଜଣଙ୍କୁ ଗିରଫ କରିଛି ।
ଗିରଫ ହୋଇଥିବା ଯୁବକଙ୍କ ନାମ ରଞ୍ଜନ ଦାଶ ବୋଲି ଜଣାପଡିଛି । ବ୍ରହ୍ମଗିରି ଥାନା ଅଧିନରେ ଦିନକୁ ଦିନ ଧଳା ଜହର କାରବାର ବଢ଼ିବାରେ ଲାଗିଛି । ଯୁବପିଢ଼ି ଏହାରି ମାୟାରେ ପଡ଼ି ନାନା ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ