ETV Bharat / state

20 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ - puri district administration

ପୁରୀରୁ ଜବତ ହେଲା ୨୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ...

20 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ
20 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ
author img

By

Published : Jul 26, 2021, 7:44 PM IST

ପୁରୀ: ୨୦ ଲକ୍ଷ ଟଙ୍କାର ପ୍ରାୟ 200 ଗ୍ରାମର ବ୍ରାଉନସୁଗାର ଜବତ କଲା ପୁରୀ ଜିଲ୍ଲା ଅବକାରୀ ବିଭାଗ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏହି କାରବାରରେ ବ୍ୟବହାର କରାଯାଉଥିବା ୨ ବାଇକ ମଧ୍ୟ ଜବତ ହୋଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ୩୨ ବର୍ଷୀୟ ଅମରେଶ ଦାସ ଓ ୨୦ ବର୍ଷୀୟ ତ୍ରୀନାଥ ଭୋଇ ବୋଲି ଜଣା ପଡିଛି । ଉଭୟ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନସୁଗାର ଆଣି ସ୍ଥାନୀୟ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ବୋଲି ପୋଲିସ କହିଛି ।

20 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ବାବଧାନରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ବାଡ଼ର ଉପ-ନୀରିକ୍ଷକ ଲଷ୍ମୀଧର ପ୍ରଧାନଙ୍କ ନେତୃତ୍ବରେ ଟିମକୁ ଏହି ସଫଳତା ମିଳିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କେସ ନଂ 77/21 ରେ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ନିମାପଡା ଉପ- କାରାଗାରକୁ ପଠାଯାଇଛି ।

ଏହି ଚଢ଼ାଉରେ ଅବକାରୀ ASI ଏନ. ଜାଗିନି ରାଓ, ସୁବାଷ ଚନ୍ଦ୍ର ମହାପାତ୍ର, ଅବକାରୀ କର୍ମଚାରୀ ପୂର୍ଣଚନ୍ଦ୍ର ନାୟକ, ଏସ ଓ୍ବାରିସ ଓ ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ । ଗତ ଜୁନ ମାସରେ ମଧ୍ୟ ମୋବାଇଲ ସ୍କ୍ବାଡ଼ ଏହି ଗୋପ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.