ପୁରୀ: ବ୍ରହ୍ମଗିରି ନାଥପୁର ଭୋଇ ସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ 10 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଯେଉଁ ମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି କେ ଵିଶାଲ ସିଂ l ଘଟଣା ସ୍ଥଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି 4 ପ୍ଲାଟୁନ ପୋଲିସ ଫୋର୍ସ ସହ ସଦର ଏସଡିଓ, ଅତିରିକ୍ତ ଏସପି ଓ ବ୍ରହ୍ମଗିରି ଆଇଆଇସି ଉପସ୍ଥିତ ଅଛନ୍ତି l ଘଟଣାର ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀ ସହ ଆଲୋଚନା କରାଯାଇଛି ବୋଲି କହିଛନ୍ତି । ସେପଟେ ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ ହେଉଥିବା ଜିଲାପାଳ ମଧ୍ୟ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ