ETV Bharat / state

ସାତପଡ଼ାରେ ବୋମା ମାଡ଼: 10 ଆହତ, ଜଣେ ଗିରଫ

author img

By

Published : Nov 7, 2021, 5:47 PM IST

Updated : Nov 7, 2021, 10:09 PM IST

ପୁରୀ ଜିଲ୍ଲା ସାତପଡ଼ା ଅନ୍ତର୍ଗତ ନାଥପୁର ଗାଁରେ ଗୋଷ୍ଠୀ କନ୍ଦଳ । ୨୦ରୁ ଅଧିକ ବୋମା ମାଡ ହୋଇଥିବାବେଳେ 10 ଆହତ ହୋଇଛନ୍ତି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ସାତପଡ଼ାରେ ବୋମା ମାଡ଼, ତିନି ଆହତ ବାଇକ ଭଙ୍ଗାରୁଜା

ବ୍ରହ୍ମଗିରି: ପୁରୀ ଜିଲ୍ଲା ସାତପଡ଼ା ଅନ୍ତର୍ଗତ ନାଥପୁର ଗାଁରେ ଗୋଷ୍ଠୀ କନ୍ଦଳ । ୨୦ରୁ ଅଧିକ ବୋମା ମାଡ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି ଏବଂ ଜଣେ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି ।

୬ ମାସ ତଳେ ଚିଲିକା ମଧ୍ୟରେ ଥିବା ବ୍ରହ୍ମପଡ଼ା ଗ୍ରାମରୁ ପ୍ରାୟ ୩୦ ଭୋଇ ପରିବାର ଗ୍ରାମରୁ ବିତାଡିତ ହୋଇ ସାତପଡ଼ାସ୍ଥିତ ନାଥପୁର ଭୋଇ ସାହି ନିକଟ ୩୫ ମୌଜାର ଗୋଚର ଜମିରେ ଜବରଦଖଲ କରି ରହିଥିଲେ । ଭୋଇ ସମ୍ପ୍ରଦାୟଙ୍କ ଉଚ୍ଛେଦକୁ ନେଇ ଭୋଇ ପରିବାର ତରଫରୁ ବୋମାମାଡ଼ର ସୂଚନା ରହିଛି l

ସାତପଡ଼ାରେ ବୋମା ମାଡ଼: 3 ଆହତ, ଘଟଣାସ୍ଥଳରେ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

୩୫ ମଉଜ ଗ୍ରାମ୍ୟ କମିଟି ଗୋଟିଏ ବୈଠକ କରି ସେମାନଙ୍କୁ ଆଲୋଚନା ପାଇଁ ଡାକିବାକୁ ଯାଇଥିଲେ l ମାତ୍ର ଭୋଇ ସମ୍ପ୍ରଦାୟ ଅତର୍କିତ ଆକ୍ରମଣ କରିଥିଲେ l ଯାହାକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛି l

ନାଥପୁର ପରେ ବନ୍ଧମୁଣ୍ଡା ଭୋଇସାହି ଲୋକଙ୍କୁ ଆକ୍ରମଣ ନିଶ୍ଚିତ ଭାବେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଆକ୍ରମଣରେ ବନ୍ଧମୁଣ୍ଡା ଗ୍ରାମର ପ୍ରସନ୍ନ ଦାସ, ବିନ୍ଦୁଲତା କାଣ୍ଡି, ପରିକ୍ଷିତ କାଣ୍ଡି, କମଳି ଭୋଇ, ଗଗନ ଭୋଇ, ବିଦ୍ୟାଧର ଭୋଇ, ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Nov 7, 2021, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.