ETV Bharat / state

ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ, ଘଟଣାସ୍ଥଳରେ 4 ପ୍ଲାଟୁନ ପୋଲିସ ଫୋର୍ସ

author img

By

Published : Nov 8, 2021, 2:47 PM IST

ନାଥପୁର ଗାଁ ବୋମାମାଡ଼ ଘଟଣାରେ ଦୁଇ ଗୋଷ୍ଠୀର 10 ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଘରଦ୍ଵାର ପୋଡିବା ପରେ ମହିଳାମାନେ ଦୟନୀୟ ଅବସ୍ଥାରେ ଥିବାବେଳେ ଏହି ଗାଁ ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇଯାଇଛି । ଅଧିକ ପଢନ୍ତୁ...

ବୋମା ମାଡ଼ ପରେ ପୁରୁଷ ଶୂନ୍ୟ ହୋଇଯାଇଛି ନାଥପୁର ଗାଁ

ବ୍ରହ୍ମଗିରି: ବୋମାମାଡ଼ ଘଟଣା ପରେ ପୁରୁଷଶୂନ୍ୟ ହୋଇପଡିଛି ନାଥପୁର ଗାଁ । ପୁରୀ ବ୍ରହ୍ମଗିରି ଥାନା ସାତପଡ଼ା ଫାଣ୍ଡି ଅନ୍ତର୍ଗତ ନାଥପୁର ଗାଁ ନିକଟରେ ଜମି ଜବରଦଖଲକୁ ନେଇ ଗତକାଲି(ରବିବାର) ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼କୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ବୋମାମାଡ଼ ଘଟଣାରେ ଉଭୟ ଗୋଷ୍ଠୀର 10 ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଗତକାଲି ଠାରୁ ଘଟଣାସ୍ଥଳରେ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ଏପଟେ ଏହି ଘଟଣାକୁ ନେଇ ପୋଲିସ ଜଣକୁ ଗିରଫ କରିଥିବା ବେଳେ 4 ରୁ 5 ଜଣଙ୍କୁ ଅଟକ ରଖିଛି। ଏବେ ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସଡିପିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏବଂ ସ୍ଥାନୀୟ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହାସହ ଆପୋଷ ସମାଧାନ ପାଇଁ ପ୍ରଶାସନ ପାଖରେ ବିଧାୟକ ଦାବି ରଖିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସେ ସୂଚନା ଦେଇଛନ୍ତି। ଏବେ ମଧ୍ୟ ସେହି ସ୍ଥାନରେ ୧୦ ରୁ ଉର୍ଦ୍ଧ୍ବ ଅଫୁଟା ବୋମା ପଡ଼ି ରହିଛି ।

ଅନ୍ୟପଟେ ବାଦଲ ଭୋଇ ନାମକ ଜଣେ ଯୁବକଙ୍କୁ ଗତକାଲି ଠାରୁ ୩୫ ମୌଜାର ଲୋକେ ଅପହରଣ କରିଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି । ତେବେ ଘର ଦ୍ଵାର ପୋଡିବା ପରେ ମହିଳାମାନେ ଦୟନୀୟ ଅବସ୍ଥାରେ ଥିବା ବେଳେ ଏହି ଗାଁ ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇଯାଇଛି ।

ପ୍ରକାଶଥାଉକି, ୬ ମାସ ତଳେ ଚିଲିକା ମଧ୍ୟରେ ଥିବା ବ୍ରହ୍ମପଡ଼ା ଗ୍ରାମରୁ ପ୍ରାୟ ୩୦ ଭୋଇ ପରିବାର ଗ୍ରାମରୁ ବିତାଡିତ ହୋଇ ସାତପଡ଼ାସ୍ଥିତ ନାଥପୁର ଭୋଇ ସାହି ନିକଟ ୩୫ ମୌଜାର ଗୋଚର ଜମିରେ ଜବରଦଖଲ କରି ରହିଥିଲେ । ଭୋଇ ସମ୍ପ୍ରଦାୟଙ୍କ ଉଚ୍ଛେଦକୁ ନେଇ ଭୋଇ ପରିବାର ହିଁ ବୋମାମାଡ଼ କରିଥିବା ସୂଚନା ମିଳିଛି l ୩୫ ମଉଜ ଗ୍ରାମ୍ୟ କମିଟି ଗୋଟିଏ ବୈଠକ କରି ସେମାନଙ୍କୁ ଆଲୋଚନା ପାଇଁ ଡାକିବାକୁ ଯାଇଥିଲେ l ମାତ୍ର ଭୋଇ ସମ୍ପ୍ରଦାୟ ଅତର୍କିତ ଆକ୍ରମଣ କରିଥିଲେ l ଯାହାକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.