ETV Bharat / state

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

author img

By ETV Bharat Odisha Team

Published : Jan 3, 2024, 1:06 PM IST

Passenger boat stuck in mid-Chilika: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ 25 ଜଣ ଯାତ୍ରୀଙ୍କ ସହ ରହିଥିଲା 10ଟି ବାଇକ । ଅଧିକ ପଢନ୍ତୁ

Passenger Boat Gets Stuck Mid Chilika
Passenger Boat Gets Stuck Mid Chilika
Passenger Boat Gets Stuck Mid Chilika

ପୁରୀ: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ପୁରୀ ସାତପଡ଼ାରୁ ଚିଲିକା ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଗୋଟିଏ ଡଙ୍ଗାର ମେସିନ ଖରାପ ହେବା କାରଣରୁ ଚିଲିକା ମଝିରେ ଏହା ଫସି ରହିଥିଲା । ସେହି ସମୟରେ ଡଙ୍ଗାରେ 25 ଜଣ ଯାତ୍ରୀଙ୍କ ସହ 10ଟି ବାଇକ ଥିଲା । ଏନେଇ ଖବର ପାଇବା ପରେ ଅନ୍ୟ ଡଙ୍ଗା ମାଧ୍ୟମରେ ମେସିନ ପଠାଯାଇ ଲୋକଙ୍କୁ ଗନ୍ତବ୍ୟସ୍ଥଳକୁ ପହଞ୍ଚା ଯାଇଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି(ବୁଧବାର) ସକାଳ 10ଟା 30 ମିନିଟ ସମୟରେ ଯାତ୍ରୀଙ୍କୁ ନେଇ ଡଙ୍ଗା ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଚିଲିକା ମଏସା ଗାଁ ନିକଟରେ ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ଡଙ୍ଗାଟି ଆଗକୁ ଯାଇନପାରି ଗଭୀର ଜଳରାଶିରେ ଫସି ରହିଥିଲା । ଚିଲିକା ମଝିରେ ଡଙ୍ଗାଟି ଅଟକିବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ସେତେବେଳେ ଡଙ୍ଗାରେ 25 ଜଣ ଯାତ୍ରୀଙ୍କ ସହିତ 10ଟି ବାଇକ ରହିଥିଲା । ଏହି ଘଟଣା ପରେ ସଙ୍ଗେ ସଙ୍ଗେ ଫୋନ ଯୋଗେ ଅନ୍ୟ ଡଙ୍ଗା ଚାଳକକୁ ଖବର ଦିଆଯାଇଥିଲା । ଖବର ପାଇ ଅନ୍ୟ ଏକ ଡଙ୍ଗାରେ ମେସିନ ଆସିବା ପରେ ଡଙ୍ଗାଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଇଥିଲା । ପ୍ରକାଶ ଥାଉକି, ଏହା ପୂର୍ବରୁ ଗତ ମାସରେ ମଧ୍ୟ ଏକ ଯାତ୍ରୀବାହୀ ଡଙ୍ଗା ଚିଲିକା ମଝିରେ ଫସି ଯାଇଥିଲା ।

ଏହା ମଧ୍ୟ ପଢନ୍ତି: ଚିଲିକା ମଝିରେ ଫସିଲା ଭସାପୋଲ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯଦି କହିବା, ଚିଲିକାରୁ ଏଭଳି ଘଟଣା ଅଧିକାଂଶ ସମୟରେ ସାମ୍ନାକୁ ଆସୁଛି । ବିଶେଷକରି ଯାତ୍ରୀବାହୀ ଡଙ୍ଗା ଚାଳକମାନେ ପୁରୁଣା ମେସିନ ବ୍ୟବହାର କରୁଥିବା ବେଳେ ଏହାର ନିୟମିତ ଯାଞ୍ଚ କରାଯାଉ ନାହିଁ । ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା ହେତୁ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଡଙ୍ଗା ଚାଳକ ଯାତ୍ରୀଙ୍କୁ ଲାଇଫ ଜାକେଟ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି ।

ପ୍ରତିଦିନ ହଜାର ହଜାର ଲୋକ ଚିଲିକାରେ ପୁରୁଣା ଡଙ୍ଗା ଓ ବିନା ଲାଇଫ ଜାକେଟରେ ଯାତ୍ରା କରୁଛନ୍ତି । ତେବେ କିଛି ଅଘଟଣ ହେଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ପୁରୀ ଜିଲ୍ଲା ପ୍ରଶାସନ ଡଙ୍ଗା ଯାତ୍ରୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.