ପୁରୀ: ଭାର୍ଗବୀ ନଦୀରେ ବୁଡିଲା ଡଙ୍ଗା । ଶନିବାର ସନ୍ଧ୍ୟାରେ ପୁରୀର ଭାର୍ଗବୀ ନଦୀରେ ଏକ ଡଙ୍ଗା ବୁଡି ଯାଇଥିବାବେଳେ ଡଙ୍ଗାରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ଅନୁଯାୟୀ, ପୁରୀ ସତ୍ୟବାଦୀ ଥାନା ଗବକୁଣ୍ଡରୁ 20ରୁ ଊର୍ଦ୍ଧ୍ବ ଲୋକେ ଏକ ଦଶାହ ଭୋଜି ଖାଇବା ପାଇଁ ଡଙ୍ଗାରେ ପାହାଡ଼ଚୂଳ ଗ୍ରାମକୁ ଭାର୍ଗବୀ ନଦୀ ଦେଇ ଯାଉଥିଲେ। ତେବେ ଡଙ୍ଗାରେ ଅଧିକ ଲୋକ ଯାଉଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଭାର୍ଗବୀ ନଦୀରେ ଓଲଟି ପଡିଥିଲା । ତେବେ ସୌଭାଗ୍ୟବଶତଃ ଡଙ୍ଗାଟି ନଦୀକୂଳରେ ଓଲଟି ଥିବାରୁ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ପହଁରି କୂଳକୁ ଆସିଯାଇଥିଲେ । ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ