ETV Bharat / state

Akshaya Tritiya: ବିଜେଡି ବିରୋଧରେ ବିଧିବଦ୍ଧ ଲଢେଇ ଶୁଭାରମ୍ଭ କଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା

author img

By

Published : Apr 23, 2023, 4:55 PM IST

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଜେଡି ବିରୋଧରେ ବିଧିବଦ୍ଧ ଲଢେଇ ଶୁଭାରମ୍ଭ କଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ

BJP Youth Morcha
BJP Youth Morcha
Akshaya Tritiya: ବିଜେଡି ବିରୋଧରେ ବିଧିବଦ୍ଧ ଲଢେଇ ଶୁଭାରମ୍ଭ କଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ବିଜେଡ଼ି ସରକାର ବିରୋଧରେ ଲଢେଇକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କରିଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ପୁରୀରେ ବିଜେପି ଯୁବମୋର୍ଚ୍ଚାର ନେତା ଓ କର୍ମୀମାନେ ମହାପ୍ରଭୁଙ୍କୁ ଦର୍ଶନ କରି ବିଜେଡି ସରକାରକୁ ଆଗାମୀ ନିର୍ବାଚନରେ ପରାସ୍ତ କରିବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ଯୁବମୋର୍ଚ୍ଚାର ସଦସ୍ୟମାନେ ଏହି ସଂକଳ୍ପ ନେଇଛନ୍ତି ।

ପୁରୀ ବଡ଼ଦାଣ୍ଡରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ମାନେ ପହଞ୍ଚିବା ପରେ ପୁରୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଯୁବମୋର୍ଚ୍ଚାର ସଦସ୍ୟମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ କହିଛନ୍ତି, "ପବିତ୍ର ଅକ୍ଷୟ ତୃତୀୟା ହେଉଛି ସବୁ ନୂଆ କାର୍ଯ୍ୟ କରିବା ପାଇଁ ଶୁଭ ଦିବସ । ଦୀର୍ଘ ୫୦ଦିନ ପରେ ଜେଲ୍‌ରୁ ବାହାରିବା ପରେ ଆମେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଛୁ । ଆଜି ଯାହା ହୁଏ ଅକ୍ଷ ରହେ । ଖାଲି ଜଗନ୍ନାଥ ନାରା ଦେଲେ ହେବ ନାହିଁ । ହିନ୍ଦୁ ଧର୍ମ କ୍ଷାନ୍ତ ରହୁ । ଆଜି ଓଡ଼ିଶାରେ ଭ୍ରଷ୍ଟାଚାର, ଅନ୍ୟାୟ ଅନୀତି ଭରି ରହିଛି । କତାହାକୁ ଆମେ ବିରୋଧ କରିବୁ । ଏଣୁ ଏହି ଦିବସରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ବିଜେଡି ସରକାର ବିରୋଧରେ ଲଢେଇକୁ ଜୋରଦାର କରାଯିବ ।"

ଏହା ବି ପଢନ୍ତୁ- ଅକ୍ଷୟ ତୃତୀୟାରେ ଜମୁଛି ଅଳଙ୍କାର ବେପାର, ସୁନା ଦୋକାନ ମୁହାଁ ରାଜଧାନୀବାସୀ

ରାଜ୍ୟର ବିଭିନ୍ନ ସମସ୍ୟାକୁ ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନ କରିଥିବାରୁ ରାଜ୍ୟ ସରକରଙ୍କ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ସରକାର ମିଥ୍ୟା କେସ ଦେଇ ଯେଭଳି ଜେଲ ପଠାଇଲେ ତାହାକୁ ନେଇ ବିଜେପି ଯୁବମୋର୍ଚ୍ଚା ଜମା ବି ଭୟଭୀତ ନୁହେଁ। ରାଜ୍ୟ ସରକାରଙ୍କ ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର, ବିରୋଧରେ ଆଗାମୀ ଦିନରେ ଆହୁରି ବ୍ୟାପକ ଲଢ଼େଇ ହେବ ବୋଲି ବିଜେପି ଯୁବମୋର୍ଚ୍ଚା କହିଛି। ସେହିପରି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବା, ଶ୍ରୀମନ୍ଦିରର ଗୁରୁତ୍ବପୂର୍ଣ୍ଣ ଫାଇଲ ହଜିବା ଘଟଣାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ଯୁବମୋର୍ଚ୍ଚା ।

ବିଜେଡି ସରକାର ଜୟ ଜଗନ୍ନାଥ ନାରା ଦେଇ ହିନ୍ଦୁ ଧର୍ମକୁ କ୍ଷତ ବିକ୍ଷତ କରୁଥିବା ବିଜେପି ଯୁବମୋର୍ଚ୍ଚା କହିଛି। ସମ୍ବଲପୁରରେ ଯେଭଳି ଦଙ୍ଗା ହେଲା, ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା ବେଳେ ହିନ୍ଦୁ ଧର୍ମ ଲୋକଙ୍କୁ ଯେଭଳି ଲୋକଙ୍କୁ ହଇରାଣ କରାଯାଉଛି ତାକୁ ବିଜେପି ଯୁବମୋର୍ଚ୍ଚା କଡ଼ା ନିନ୍ଦା କରିଛି । ତେବେ ଆଗାମୀ ୨୦୧୪ ନିର୍ବାଚନରେ ରାଜ୍ୟରୁ ବିଜେଡିକୁ ହଟାଇବା ଓ ବିଜେପି ଦ୍ଵାରା ସୁଶାସନ ପ୍ରତିଷ୍ଠା ଯୁବମୋର୍ଚ୍ଚାର ମୁଖ୍ୟ ଲକ୍ଷ୍ୟ ବୋଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.