ପୁରୀ: ସତ୍ୟବାଦୀରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ । ସତ୍ୟବାଦୀ ସ୍କୁଲଠାରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ରୋଡ ଶୋ’ରେ ସତ୍ୟବାଦୀର ବିଭିନ୍ନ ପଞ୍ଚାୟତ ବୁଲି ପୁରୀ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ସମ୍ଵିତ ପାତ୍ର ଓ ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
ସେପଟେ ନବୀନ ସରକାର ରାଜ୍ୟର ବିକାଶରେ ବାଧକ ସାଜିଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚିବାରେ ବିଜେଡି ସରକାର ବାଧକ ସାଜିଛି ବୋଲି ମଧ୍ୟ ଅଭିଯୋଗ ଅ।ଣିଥିଲେ ପୀୟୂଷ ।
ତେବେ ଚଳିତ ନିର୍ବାଚନରେ ପୁରୀର ସମସ୍ତ ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀ ଜୟଯୁକ୍ତ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପୀୟୂଷ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ