ETV Bharat / state

ପରୀକୁ ନ୍ୟାୟ ଦାବି, ପୁରୀରେ ବିଜେପିର ପଦଯାତ୍ରା - ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ନେଇ ପୁରୀ ସହରରେ ବିଜେପିର ପଦଯାତ୍ରା । ଅଧିକ ପଢନ୍ତୁ...

ପରୀକୁ ନ୍ୟାୟ ଦାବିରେ ପୁରୀରେ ବିଜେପିର ପଦଯାତ୍ରା

author img

By

Published : Dec 18, 2020, 4:22 PM IST

ପୁରୀ: ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ନେଇ ବିଜେପି ପକ୍ଷରୁ ସାରା ରାଜ୍ୟର ପଦଯାତ୍ରା କରାଯାଇଛି । ଏନେଇ ପୁରୀରେ ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ଶୁକ୍ରବାର ସହରରେ ପଦଯାତ୍ରା କରିଛି । ଏହି ଯାତ୍ରାରେ ଶହ ଶହ ବିଜେପି କର୍ମୀ ସାମିଲ ହୋଇଛନ୍ତି ।

ପରୀକୁ ନ୍ୟାୟ ଦାବିରେ ପୁରୀରେ ବିଜେପିର ପଦଯାତ୍ରା

ପୁରୀ କଚେରୀ ନିକଟରୁ ଏହି ପଦଯାତ୍ରା ବାହାରି ସହରର ପ୍ରମୁଖ ଅଞ୍ଚଳ ପରିଭ୍ରମଣ କରିଥିଲେ । ରାଜ୍ୟରେ ଦିନକୁ ଦିନ ଶିଶୁଙ୍କ ଅପହରଣ ଏବଂ ଦୁଷ୍କର୍ମ ଘଟଣାକୁ ନେଇ ସରକାରଙ୍କ ନିଷ୍କ୍ରିୟତା ଘଟଣାରେ ନାରାବାଜି କରିଥିଲେ ଦଳୀୟ କର୍ମୀ । ତୁରନ୍ତ ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.