ପୁରୀ: ବିଜେପି ଲୋକସଭା ପ୍ରାର୍ଥୀଙ୍କ ପାର୍ଟି ଅଫିସ ଉଦଘାଟିତ। ବୁଧବାର ବିଜେପିର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ପୁରୀରେ ଏହି ଉଦଘାଟନ କରିଛନ୍ତି।
ତେବେ ଚଳିତ ନିର୍ବାଚନରେ ବିଜେପି କର୍ମୀ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ସେ ଏହି ସଭାରେ କହିଥିଲେ। ଏଥିସହ ସେବିଜେଡି ସରକାରକୁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ଓଡିଶାରେ ବିଜେଡି ବିକାଶ ନାମରେ ଲୋକଙ୍କୁ ପ୍ରତାରିତ କରୁଛି। ଏଥିସହ ଶୌଚାଳୟ ଭଳି ନିର୍ମାଣ କାର୍ଯ୍ୟରେ ପିସି ନିଆଯାଇଛି। ଯାହାକି ଅତ୍ୟନ୍ତ ନିନ୍ଦନୀୟ।
ତେବେ ଚଳିତ ନିର୍ବାଚନରେ ଲୋକମାନେ ବିଜେପିକୁ ଭୋଟ ଦେଇ ଜିତାଇବେ ବୋଲି କହିଛନ୍ତି ଶିବରାଜ। ଏହି ଉଦଘାଟନ ସମାରୋହରେରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ