ପୁରୀ: ଜିଲ୍ଲା ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେପିକୁ ସୁଦୃଢ କରିବା ସହିତ ଦଳୀୟ କର୍ମକର୍ତ୍ତା ମାନେ କିଭଳି ଲୋକାଭିମୁଖୀ କାର୍ଯ୍ୟ କରିପାରିବେ ଏହା ହିଁ ପ୍ରଶିକ୍ଷଣ ଶିବିରର ମୂଳ ଲକ୍ଷ୍ୟ ବୋଲି ଦଳ କହିଛି।
ପୁରୀ ସିଂହଦ୍ୱାର ଓ ଶରଧାବାଲି ମଣ୍ଡଳର କର୍ମକର୍ତ୍ତା ମାନଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ପୁରୀ ବିଜେପି ପ୍ରଭାରୀ ଲେଖାଶ୍ରୀ ସାମନ୍ତ ସିଂହାର, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବ ନେତା ଭବାନୀ ଦାସମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ