ETV Bharat / state

4th Phase Panchayat Polls: ପ୍ରଚାରରେ କମ୍ପୁଛି ପିପିଲି-ଡେଲାଙ୍ଗ - ପିପିଲି ଓ ଡେଲାଙ୍ଗରେ ବିଜେପିର ହେଭିୱେଟ ପ୍ରଚାର

ପୁରୀ ଜିଲ୍ଲାର ଡେଲାଙ୍ଗ ଓ ପିପିଲିରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ନିର୍ବାଚନ ନେଇ ବିଜେପି ପକ୍ଷରୁ ହେଭିୱେଟ ପ୍ରଚାର ଦେଖିବାକୁ ମିଳିଛି।

bjp campaign for 4th phase panchayat election in delang and pipili
ପିପିଲି ଓ ଡେଲାଙ୍ଗରେ ବିଜେପିର ହେଭିୱେଟ ପ୍ରଚାର
author img

By

Published : Feb 19, 2022, 10:32 AM IST

ପୁରୀ: ଆସନ୍ତା 22ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ପୁରୀ ଜିଲ୍ଲାର ଡେଲାଙ୍ଗ ଓ ପିପିଲିରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ନେଇ ମତଦାନ ହେବ। ଏନେଇ ସମସ୍ତ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର ଦେଖିବାକୁ ମିଳୁଛି । ପ୍ରାର୍ଥୀମାନେ ଘରକୁ ଘର ବୁଲି ଜନତାଙ୍କଠାରୁ ଭୋଟ ହାତେଇବାରେ କସରତ କରୁଛନ୍ତି ।

ପିପିଲି ଓ ଡେଲାଙ୍ଗରେ ବିଜେପିର ହେଭିୱେଟ ପ୍ରଚାର

ଡେଲାଙ୍ଗ ଓ ପିପିଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ। ଦଳ ପକ୍ଷରୁ ଡେଲାଙ୍ଗ ଓ ପିପିଲି ବ୍ଳକରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଗାଁକୁ ଗାଁ ବାଇକରେ ବୁଲି ପ୍ରଚାର କରୁଛନ୍ତି। ଫନି ଆର୍ଥିକ ସହାୟତା, ଆବାସ ଯୋଜନାରେ ପକ୍କା ଘର ପ୍ରଦାନରେ ଶାସକ ଦଳର ବ୍ୟାପକ ଦୁର୍ନୀତିକୁ ମୂଳ ଲକ୍ଷ୍ୟ କରି ବିଜେପି ନିର୍ବାଚନ ଲଢ଼ୁଛି । ବିଜେଡିର କୁଶାସନ, ଅରାଜକତା, ଦୁର୍ନୀତିକୁ ନେଇ ଲୋକ ମାନେ ତୀଵ୍ର ଅସନ୍ତୁଷ୍ଟ ଥିବା ବେଳେ ବିଜେପି ପ୍ରତି ଲୋକଙ୍କ ଯଥେଷ୍ଟ ସମର୍ଥନ ବଢୁଥିବା ନେଇ ଆଶ୍ରିତ ପଟ୍ଟନାୟକ କହିଛନ୍ତି ।

ପୁରୀ ଜିଲ୍ଲା ସମେତ ଡେଲାଙ୍ଗ ଓ ପିପିଲିରେ ମଧ୍ୟ ସମସ୍ତ ଆସନ ବିଜେପି ହାତକୁ ଆସିବା ନେଇ ବିଜେପି ଆଶାବାଦୀ ଅଛି । ସେପଟେ ଡେଲାଙ୍ଗ ଓ ପିପିଲିକୁ ହାତେଇବା ପାଇଁ ଅନ୍ୟ ଦଳ ମଧ୍ୟ ଜୋରଦାର କସରତ କରୁଥିବା ଦେଖିବାକୁ ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.