ETV Bharat / state

ବିଜେଡି କର୍ମୀଙ୍କ ପ୍ରଶିକ୍ଷଣ ଶିବିର, ଯୋଗ ଦେଲେ ହେଭିଓ୍ବେଟ - pranab prakash das

କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହୋଇଛି ବିଜେଡି ପ୍ରଶିକ୍ଷଣ ଶିବିର । ଅଧିକ ପଢନ୍ତୁ...

ବିଜେଡି କର୍ମୀଙ୍କ ପ୍ରଶିକ୍ଷଣ ଶିବିର , ଯୋଗ ଦେଲେ ହେଭିଓ୍ବେଟ

author img

By

Published : Mar 3, 2021, 10:21 PM IST

ପୁରୀ: କୋଣାର୍କ ଚନ୍ଦ୍ରଭାଗାରେ ଉଦଘାଟିତ ହୋଇଛି ବିଜେଡି ପ୍ରଶିକ୍ଷଣ ଶିବିର । ନିମାପଡା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ପ୍ରଶିକ୍ଷଣ ପାଇଁ ଏହି ଶିବିର ଆୟୋଜନ କରାଯାଇଛି। ଉଦଘାଟିତ ଶିବିରରେ ବିରୋଧୀ ବିଜେପି କୁ ଟାର୍ଗେଟ କରି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ ।

ବିଜେଡି କର୍ମୀଙ୍କ ପ୍ରଶିକ୍ଷଣ ଶିବିର , ଯୋଗ ଦେଲେ ହେଭିଓ୍ବେଟ

ଏହି ଶିବିରରେ ଯୁବ, ମହିଳା,ଦଳିତ,ବୁଦ୍ଧିଜୀବୀ , କୃଷକ ପ୍ରତିନିଧିଙ୍କୁ ଏହି ପ୍ରଶିକ୍ଷଣ ଶିବିର କରାଯାଇଛି। ତେବେ ବିଜେଡିର ନେତା ମାନେ ଉଭୟ କଂଗ୍ରେସ ଓ ବିଜେପିକୁ ସମାଲୋଚନା କରିଥିବା ଦେଖାଯାଇଛି । ବିଜେପି ଭାଷଣ ବାଜି ଓ ନାଟକ ବାଜି କରୁଥିବା ଦଳ ବିଜେଡି କହିଥିବା ବେଳେ କଂଗ୍ରେସ ଦୁର୍ନୀତିର ଦଳ ବୋଲି ଦଳର ତୁଙ୍ଗ ନେତା କହିଛନ୍ତି। ନବୀନ ସରକାରଙ୍କ ସୁଶାସନ, ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବରିଷ୍ଠ ନେତା ମାନେ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ସେହିପରି ବର୍ତ୍ତମାନ ଯୁଗରେ ଡିଜିଟାଲ ମିଡିଆର ଗୁରୁତ୍ଵ ରହିଥିବାବେଳେ ଏହାର ଉପଯୋଗ କରିବା ପାଇଁ ବରିଷ୍ଠ ନେତା ଦେଇଛନ୍ତି ପରାମର୍ଶ ।

ସେପଟେ ଦଳ ପ୍ରତି ଆନୁଗ୍ୟତ ରଖି ଜାଗ୍ରତ ପ୍ରହରୀ ଭାବରେ କାମ କରିବାକୁ ଯୁବ ସାଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବିଜେଡି ତାର ସାଙ୍ଗଠନିକ ଦକ୍ଷତା ବୁଦ୍ଧି କରିବା ସହିତ 2024ରେ ପୁଣିଥରେ କିଭଳି ବିଜେଡି କ୍ଷମତାକୁ ଫେରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଅୟୋଜନର ମୂଳ ଉଦ୍ଦେଶ୍ୟ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।ଦୁଇ ଦିନିଆ ଶିବିରରେ କର୍ମୀମାନଙ୍କୁ ଏକଜୁଟ କରି ଆସନ୍ତା ପଞ୍ଚାୟତ, ପୌର ନିର୍ଵାଚନ ଓ ସାଧାରଣ ନିର୍ଵାଚନକୁ ଦଖଲ କରିବାର ପ୍ରୟାସ ଜାରିରଖିଛି ଶାସକ ବିକେଡି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.